ବ୍ୟାକ୍‌ ପେନ୍‌ର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

ବ୍ୟାକ୍‌ ପେନ୍‌ର ଘରୋଇ ଉପଚାର

ଭୁବନେଶ୍ୱର: ଅଧିକ ସମୟ ପର୍ଯ୍ୟନ୍ତ ବସି କାମ କଲେ ବେକ, ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଅନେକ ଟାବ୍‌ଲେଟ୍‌ ଖା’ନ୍ତି। ତେବେ ବ୍ୟାକ୍‌ ପେନ୍‌ର ଅନ୍ୟାନ୍ୟ କାରଣ ବି ଅଛି। ଗ୍ୟାସ୍‌ କିମ୍ୱା ନିଦ୍ରା ହୀନତା ଯୋଗୁ ମଧ୍ୟ ବ୍ୟାକ୍‌ପେନ୍‌ ହୋଇପାରେ। ତେଣୁ ପ୍ରଥମେ ନିଜ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣନ୍ତୁ। ବ୍ୟାକ୍‌ ପେନ୍‌ ପାଇଁ ସବୁବେଳେ ମେଡିସିନ୍‌ ନେବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଠିକ୍‌ କରିବାକୁ ଚେଷ୍ଟା କରନ୍ତୁ। ତେବେ, ଆସନ୍ତୁ ଜାଣିବା ବ୍ୟାକ୍‌ ପେନ୍‌ର କିଛି ଘରୋଇ ଉପଚାର ସଂପର୍କରେ।

୧. ଭିଟାମିନ୍‌ ‘ଡି’ର ଅଭାବ ଯୋଗୁଁ ପେଟ, ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭିଟାମିନ୍‌ ଡି’ ଯୁକ୍ତ ସପ୍ଲିମେଣ୍ଟ ଖାଦ୍ୟ ଖାଆନ୍ତୁ। କ୍ଷୀର, ଶସ୍ୟ ଜାତୀୟ ଖାଦ୍ୟ, ମାଛରେ ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଡି’ ରହିଛି। ଏସବୁକୁ ଡାଏଟ୍‌ରେ ସାମିଲ କରନ୍ତୁ।

୨. କୁହାଯାଏ, ଶୋଇବା ସମୟରେ ଗୋଡ଼ ମୋଡ଼ି ଶୋଇଲେ ବ୍ୟାକ୍‌ ପେନ୍‌ରୁ ଉପଶମ ମିଳିଥାଏ। ଏପରି ଶୋଇବା ଦ୍ୱାରା ହାଡ଼ସବୁକୁ ଆରାମ ମିଳିଥାଏ ଏବଂ ଯନ୍ତ୍ରଣା କମ୍‌ ହୋଇଥାଏ। ଯଦି ଶରୀରରେ ଅଧିକ ଯନ୍ତ୍ରଣା ହେଉଛି, ତେବେ ଗୋଡ଼ ମୋଡି ଶୋଇବା ଅଭ୍ୟାସ କରନ୍ତୁ।

୩. ଅଧିକ ସମୟ ଶୋଇଲେ ବ୍ୟାକ୍‌ ପେନ୍‌ରୁ ମୁକ୍ତି ମିଳିଥାଏ। ଭଲ ନିଦ୍ରା ଶରୀରର ହିଲିଙ୍ଗ ପାୱାରକୁ ବଢ଼ାଇଥାଏ। ଏଥିପାଇଁ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ। ଯେପରିକି ବେଡ୍‌କୁ ଯିବା ପରେ ଟିଭି ଓ ମୋବାଇଲ୍‌ରେ ବ୍ୟସ୍ତ ରୁହନ୍ତୁ ନାହିଁ। ଭଲ ନିଦ୍ରା ପାଇଁ ଫାଇବର୍‌ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ପ୍ରାକୃତିକ ଭାବରେ ଆପଣଙ୍କର ବ୍ୟାକ୍‌ ପେନ୍‌ ଭଲ ହୋଇଯିବ। ଏଥିପାଇଁ କୌଣସି ମେଡିସିନ୍‌ ନେବାକୁ ପଡ଼ିବ ନାହିଁ।

୪. ତା’ସହିତ ଅଧିକ ସମୟ ବସି ରୁହନ୍ତୁ ନାହିଁ। ଚୌକିରେ ବସି କାମ କଲା ବେଳେ ନିୟମିତ ବ୍ୟବଧାନରେ ଉଠି ଅଳ୍ପ ସମୟ ପାଇଁ ହେଲେ ବି ଘେରାଏ ବୁଲି ଆସନ୍ତୁ।

୫. ପ୍ରତିଦିନ ଅତିକମ୍‌ରେ ଅଧାଘଣ୍ଟା ଚାଲନ୍ତୁ। ଏହା ମଧ୍ୟ ଭଲ କାମ କରେ।

ବ୍ୟାକ୍‌ ପେନ୍‌ର କାରଣ

– ଭିଟାମିନ୍ ଡିର ଅଭାବ

– ଚିନ୍ତାରେ ରହିବା

– ରକ୍ତରେ ଆଇରନ୍‌ର ଅଭାବ

– ଭଲ ନିଦ ନହେବା

 



from Odisha Reporter https://ift.tt/3cpYZvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages