ଦିଲ୍ଲୀ ହିଂସା ଓ ଶାହୀନବାଗ ଆନ୍ଦୋଳନ ପଛରେ ପିଏଫଆଇ! ୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ଦିଲ୍ଲୀ ହିଂସା ଓ ଶାହୀନବାଗ ଆନ୍ଦୋଳନ ପଛରେ ପିଏଫଆଇ! ୨ ଗିରଫ

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ଓ ଶାହୀନବାଗରେ ଚାଲିଥିବା ନାଗରିକତା ସଂଶୋଧାନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ ପଛରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର(ପିଏଫଆଇ) ଲିଙ୍କ୍ ରହିଛି। ପିଏଫଆଇ ହିଂସା ଏବଂ ଆନ୍ଦୋଳନ ପାଇଁ ଫଣ୍ଡିଂ କରୁଥିଲା ବୋଲି ଦିଲ୍ଲୀର ସ୍ପେଶାଲ ପୁଲିସ ଜାଣିବାକୁ ପାଇଛି। ଏହାପରେ ଗୁରୁବାର ଦିଲ୍ଲୀ ପୁଲିସ ପିଏଫଆଇର ସଭାପତି ପରଭେଜ ଅହମଦ ଏବଂ ସେକ୍ରେଟେରୀ ମହମ୍ମଦ ଇଲିୟାସକୁ ଗିରଫ କରିଛି।

ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରଭେଜ ଅହମଦକୁ ପଚରାଉଚରା କରୁଛି। ଶାହୀନବାଗରେ ଚାଲିଥିବା ଆନ୍ଦୋଳନ ପଛରେ ପିଏଫଆଇ ଫଣ୍ଡି କରୁଥିବାର ପ୍ରମାଣ ଗଣମାଧ୍ୟମ ଜରିଆରେ ବିସ୍ତୃତ ତଥ୍ୟ ଦେଇପାରେ ପୁଲିସ୍। ଇଲିୟାସ ଶିବ ବିହାରର ବାସିନ୍ଦା, ଏସଡିପିଆଇରୁ ଟିକେଟରେ କରୱାଲ ନଗରରୁ ଚଳିତବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା।

ସୂଚନାଯୋଗ୍ୟ, ଗତମାସରେ ହୋଇଥିବା ଦିଲ୍ଲୀ ହିଂସାରେ ପାଖାପାଖି ୫୦ ଲୋକଙ୍କ ମତ୍ୟୁ ଘଟିଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ। ସିଏଏ ଓ ଏନଆରସିକୁ ବିରୋଧ କରି ଉଭୟ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ହିଂସା ବ୍ୟାପିବା ପରେ ଏହା ସାମ୍ପ୍ରଦାୟିକ ହିଂସା ମୁହାଁ ହୋଇଥିଲା।



from Odisha Reporter https://ift.tt/38GgN2j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages