କାଲି ଛତ୍ରବଜାର ଓ ମାଲଗୋଦାମ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

କାଲି ଛତ୍ରବଜାର ଓ ମାଲଗୋଦାମ ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବାକୁ ଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳ ଏହାକୁ ଦୃଷ୍ଟିରେ ରଖି ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ରହିଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ସେଥିପାଇଁ ଆସନ୍ତାକାଲି ଆମେ ଛତ୍ରବଜାର ବନ୍ଦ ରଖୁଛୁ। ସମସ୍ତ ବ୍ୟବସାୟୀ ଭାଇ ଏଥିରେ ସହଯୋଗ କରୁଛନ୍ତି।”

ଆସନ୍ତାକାଲି ମାଲଗୋଦାମ  ମଧ୍ୟ  ବନ୍ଦ ରହିବ। କଟକ ଚ୍ୟାମ୍ବର ଅଫ୍ କମର୍ସର ସମ୍ପାଦକ ପ୍ରଫୁଲ ଛାଟୋଇ ଆଜି ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି ଯେ ସୋମବାରଠାରୁ ମାଲଗୋଦାମ ସକାଳ ୧୦ଟାରୁ ସଂଧ୍ୟା ୭ ଯାଏ ଖୋଲା ରହିବ।

ଜଣେ ଗ୍ରାହକ କହିଛନ୍ତି,“ କାଲି ଛତ୍ରବଜାର ବନ୍ଦ ଥିବାରୁ ଆମେ ଘର ପାଇଁ ଆଜି ପରିବା ନେଇ ଯାଉଛୁ। ଆମେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକୁ ମାନି ଘରୁ ବାହାରିବୁ ନାହିଁ। ସମସ୍ତେ ମଧ୍ୟ ଏହି ଜନତା ଜନତା କର୍ଫ୍ୟୁକୁ ମାନି ଚଳିବା ଦରକାର।”



from Odisha Reporter https://ift.tt/3a7SPyx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages