ପରଦାରେ ଡେବ୍ୟୁ କଲେ ଅନୁଙ୍କ ଝିଆରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ପରଦାରେ ଡେବ୍ୟୁ କଲେ ଅନୁଙ୍କ ଝିଆରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୭ ତାରିଖରେ ଷ୍ଟ୍ରିମିଂ କରିବ ୱେବ୍‌ ସିରିଜ୍‌ ‘72hours’। ତରଙ୍ଗ ଆପ୍‌ରେ ଏହି ୱେବ୍‌ ସିରିଜ୍‌କୁ ଆପଣମାନେ ଦେଖିପାରିବେ। ମନୋଜ ମିଶ୍ର, ଅନୁ ଚୌଧୁରୀ ଏବଂ ମିହିର ଦାସଙ୍କ ଅଭିନୀତ ଏହି ୱେବ୍‌ ସିରିଜ୍‌ରେ ସସ୍‌ପେନ୍ସରେ ଭରି ରହିଛି। ନିକଟରେ ଏହି  ୱେବ୍‌ ସିରିଜ୍‌ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା, ଯେଉଁଥିରେ ଝିଅକୁ ବଞ୍ଚାଇବା ପାଇଁ ଜଣେ ବାପା କେତେ କଷ୍ଟ କରୁଛି, ତାହାର ଝଲକ୍‌ ଦେଖିବାକୁ ମିଳିଛି।

ତେବେ ଏହି ୱେବ୍‌ସିରିଜ୍‌ଟି ଅନୁଙ୍କ ପାଇଁ ବେଶ୍‌ ସ୍ୱତନ୍ତ୍ର ରହିଛି। ଏହି ୱେବ୍‌ସିରିଜ୍‌କୁ ଅନୁ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି। ‘72hours’ ଅନୁଙ୍କ ଅଭିନୀତ ପ୍ରଥମ ୱେବ୍‌ ସିରିଜ୍‌ ହୋଇଥିବା ବେଳେ ଏଥିରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ହେଉଛନ୍ତି ତାଙ୍କ ଭାଇଙ୍କ ଝିଅ। ଏହି ୱେବ୍‌ ସିରିଜ୍‌ ମାଧ୍ୟମରେ ଅନୁଙ୍କ ସହ ସେ ଡେବ୍ୟୁ କରିଛନ୍ତି। ଝିଆରୀ ସହ ଅଭିନୟ କରି ଅନୁ ବେଶ୍‌ ଖୁସି ଅଛନ୍ତି ବୋଲି କହିଥିବା ବେଳେ ସେ ହଇରାଣ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଅନୁଙ୍କ କହିବା ଅନୁଯାୟୀ, ଶୁଟିଂ ସମୟରେ ତାଙ୍କ ଝିଆରୀ କେବେକେବେ ସଟ୍‌ ନଦେବା ପାଇଁ ଜିଦ୍‌ କରୁଥିଲେ। ଅନୁ ଶୁଟିଂ ସେଟ୍‌କୁ ନଗଲେ ସେ ମଧ୍ୟ ଶୁଟିଂ ସେଟ୍‌କୁ ଯିବାକୁ ମନା କରୁଥିଲେ। ତେଣୁ ବେଳେ ବେଳେ କିଛି କାମ ନଥିଲେ ମଧ୍ୟ ସେ ଶୁଟିଂ ସେଟ୍‌କୁ ଯାଉଥିଲେ। ଏପରିକି କ୍ୟାମେରାମ୍ୟାନ୍‌ଙ୍କ ସ୍ଥାନରେ ସେ କେବେକେବେ ଅନୁଙ୍କୁ କ୍ୟାମେରା ଧରିବାକୁ କହୁଥିଲେ। ତେଣୁ ଅନୁ ସେ କାମ ବି କରୁଥିଲେ।

ସୂଚନାଯୋଗ୍ୟ, 72hours ୱେବ୍‌ ସିରିଜ୍‌ରେ ମନୋଜ ମିଶ୍ର ପ୍ରଥମ ଥର ଏକ ସକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ।

 



from Odisha Reporter https://ift.tt/2xSvjax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages