ଚେନ୍ନାଇ: ସୋମବାର ତାମିଲନାଡ଼ୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆଉ ୧୭ ଜଣଙ୍କ ନାଁ ଯୋଡ଼ିହୋଇସାରିଛି। ଏବେ ଦିଲ୍ଲୀର ଏକ ମସଜିଦ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ପାଇଁ ଏହି ରାଜ୍ୟରେ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ ଜଣଙ୍କର ଗତକାଲି ତେଲେଙ୍ଗାନାଠାରେ ମୃତ୍ୟୁ ହୋଇସାରିଛି।
ସୂଚନାଯୋଗ୍ୟ ଯେ, ତାମିଲନାଡ଼ୁର ୯୮୦ ଜଣ ବ୍ୟକ୍ତି ଦିଲ୍ଲୀଠାରେ ମୁସଲିମ୍ ତାବଲିଘି ଜମାତ ନାମକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହାପରେ ସେମାନେ ନିଜ ରାଜ୍ୟ ତାମିଲନାଡ଼ୁକୁ ଫେରିଛନ୍ତି। ବର୍ତ୍ତମାନ ପ୍ରଶାସନ ସେମାନଙ୍କୁ ଠାବ କରିବା ଆରମ୍ଭ କରିଛି। କୁହାଯାଉଛି ଏମାନଙ୍କ ମଧ୍ୟରୁ ୨୮ ଜଣ କୋଏମ୍ବାଟୁରରେ ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଇ କେ ପଲାନୀସ୍ୱାମୀ କହିଛନ୍ତି ୧୦ ଜଣ ପ୍ରତିନିଧି ଏରୋଡ୍ରୁ ଯାଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ଦିଲ୍ଲୀର ନିଜାମୁଦ୍ଦିନ୍ଠାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ୬୫ ବର୍ଷ ବୟସ୍କ ମୁସଲିମ୍ ଧର୍ମଗୁରୁଙ୍କର ମୃତ୍ୟୁ ହୋଇଛି। ଏଥିରେ ଯୋଗ ଦେଇଥିବା ବେଶ କିଛି ଲୋକଙ୍କଠାରେ କରୋନା ଜନିତ ଲକ୍ଷଣ ଦେଖଦେବା ପରଠାରୁ ଲଗାତାର ବିଭିନ୍ନ ଦୁଃସମ୍ବାଦ ଆସି ପହଞ୍ଚୁଛି।
ଏହି କାର୍ଯ୍ୟକ୍ରମରେ ୨୦୦୦ ଲୋକ ଯୋଗ ଦେଇଥିବାବେଳେ ଲକ୍ଡାଉନ୍ ପରେ ମଧ୍ୟ ୧୪୦୦ ଲୋକ ଥିଲେ। ଏମାନଙ୍କ ମଧ୍ୟରେ ବିଦେଶୀ ପ୍ରତିନିଧି ମଧ୍ୟ ଥିଲେ। ଫଳରେ ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ନେଇ ଛାନିଆ ବଢ଼ିବାରେ ଲାଗିଛି।
from Odisha Reporter https://ift.tt/2w0S37T
No comments:
Post a Comment