ଲକ୍‌ଡାଉନ୍‌ ବେଳେ ଘରକୁ ଫେରିବାର ଅଭିନବ ଉପାୟ ଆପଣାଇ ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଲକ୍‌ଡାଉନ୍‌ ବେଳେ ଘରକୁ ଫେରିବାର ଅଭିନବ ଉପାୟ ଆପଣାଇ ଧରାପଡ଼ିଲେ

ରାୟଗଡ଼ା (ମନୋଜ ପାତ୍ର): ‘କରୋନା’ ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ  ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକ ଘଋକୁ ଫେରିବାକୁ ଅଭିନଵ ପନ୍ଥା ଆପଣାଉଥିବା ନଜରକୁ ଆସିଛି ।

ପୁଲିସ ଆଖିରୁ ସହଜରେ ଖସିବାକୁ ଆମ୍ବୁଲାନ୍ସରେ ଏବେ ଯାତ୍ରୀ ବୁହାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ରାୟଗଡ଼ା ଜିଲ୍ଲାରୁ ଆସିଛି। ପୁଲିସ୍‌ ଆମ୍ବୁଲାନ୍ସ ଡ୍ରାଇଭର ସହ ୧୦ ଜଣଙ୍କୁ ଅଟକ ରଖିଛି।

ଗତକାଲି ରାତିରେ ଆମ୍ବୁଲାନ୍ସଟି ଉତ୍କଳ ଆଲୁମିନାରେ କାମ କରୁଥିବା ୧୦ ଜଣ ଶ୍ରମିକଙ୍କୁ ନେଇ ଟିକିରିରୁ ଭଞ୍ଜନଗର ଯାଉଥିଲା। ହେଲେ କଲେଜ ରୋଡ୍‌ ନିକଟରେ ଆମ୍ବୁଲାନ୍ସରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖି ପୁଲିସ୍‌ ସନ୍ଦେହରେ ଗାଡ଼ିକୁ ଅଟକାଇଥିଲା। ପରେ ପୁଲିସ୍‌ ଡ୍ରାଇଭର ସହ ଶ୍ରମିକମାନଙ୍କୁ ଥାନାରେ ଅଟକ ରଖିଥିଲା।

ଆମ୍ବୁଲାନ୍ସ ଡ୍ରାଇଭର ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ନେଇଥିବା ଜଣାପଡ଼ିଛି। ଲକ୍‌ ଡାଉନ୍‌ ଯୋଗୁ କମ୍ପାନୀରେ କାମ ଧନ୍ଦା ବନ୍ଦ ହୋଇଯାଇଛି। ଗାଡ଼ି ମୋଟର ବନ୍ଦ ହୋଇଯାଇଥିବାରୁ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ଶ୍ରମିକମାନେ କହିଛନ୍ତି।



from Odisha Reporter https://ift.tt/33ZD6PL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages