ଏସ୍‌ସିବିରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ଏସ୍‌ସିବିରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍

କଟକ(ଓଡ଼ିଶା ରିପୋର୍ଟର): କଟକ SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି।

କରୋନା ଯେପରି ନ ବ୍ୟାପେ, ସେଥିପାଇଁ ପ୍ରଶାସନ ତତ୍ପର। ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରାଯିବା ସହ ଗାଇଡଲାଇନ୍ ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ବାରମ୍ବାର ହାତ ଧୋଇବା, ଛିଙ୍କ ଓ କାଶ ବେଳେ ରୁମାଲ୍, ଟିସୁ ପେପରରେ ମୁହଁକୁ ଢାଙ୍କିବା, ଅସୁସ୍ଥ ହେଲେ ସ୍କୁଲ୍ ଅବା କୌଣସି ଜନଗହଳି ସ୍ଥାନକୁ ନଯିବା ସଂପର୍କରେ ସଚେତନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।



from Odisha Reporter https://ift.tt/38ws0lX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages