କରୋନା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

କରୋନା ପାଇଁ ଡାକ୍ତରଖାନା କର୍ମଚାରୀଙ୍କୁ ଦିଆଗଲା ପ୍ରଶିକ୍ଷଣ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ତେବେ କୋରାନା ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତେବେ ଆଜି ରାଉରକେଲା ସରକାରୀ ହସ୍ପିଟାଲରେ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କୁ କିଭଳି ଚିକିତ୍ସା ଦିଆଯିବ, ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବା  ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇ ଆସିଥିବା ଦୁଇ ଜଣ ଡାକ୍ତର କରୋନା ମୁକାବିଲା ସମ୍ପର୍କରେ କର୍ମଚାରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ସରକାରୀ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସମେତ ସମସ୍ତ ଡାକ୍ତର, ଷ୍ଟାଫ୍‌ ଓ ନର୍ସମାନେ ଯୋଗ ଦେଇଥିଲେ। କରୋନା ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ୬ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ ୱାର୍ଡ କରାଯାଇଛି। ଯଦି ସଂକ୍ରମିତଙ୍କୁ ଚିହ୍ନଟ କରାଯାଏ ତାଙ୍କୁ ଭୀମସାରକୁ ଟ୍ରାନ୍ସଫର କରାଯିବ। ସ୍ଥାନାନ୍ତର ପ୍ରକ୍ରିୟା ଲାଗି ଏକ ଆମ୍ୱୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଆସନ୍ତା ୧୭ରେ ପରବର୍ତ୍ତୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ଆର୍‌ଜିଏଚ୍‌ର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3d12ngM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages