ଖୋର୍ଦ୍ଧା(ବଳରାମ ଲେଙ୍କା): ବିଶ୍ୱବ୍ୟାପୀ କରୋନାର ଭୟାବହତାକୁ ଦେଖି ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବେଶ ତତ୍ପର ଅଛନ୍ତି। ଏପରି କ୍ଷେତ୍ରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବଢ଼େ ସେଥିପ୍ରତି ବେଶି ଗୁରୁତ୍ୱ ଦିଆଯାଉଛି। ଗୋଟିଏ ସ୍ଥାନରେ ଅଧିକ ଳୋକ ଏକାଠି ହେବାକୁ ମନା କରାଯାଇଛି। କରୋନା ପରି ମହାମାରୀ ଦ୍ୱାରା ପିଲାମାନେ ଯେପରି ଆକ୍ରାନ୍ତ ନ ହୁଅନ୍ତି, ସେଥିଲାଗି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ସରକାରୀ ସ୍କୁଲ, ଟ୍ୟୁସନ୍, କୋଚିଂ କ୍ଲାସକୁ ମଧ୍ୟ ବନ୍ଦ କରି ଦିଆଯାଇଛି।
କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କରୋନା ମୁକାବିଲା ପାଇଁ ସ୍କୁଲ ଓ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ପରେ ବି ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଏବେ ବି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲାଯାଇଥିବା ବେଳେ ସେଠାରେ ପୂର୍ବ ପରି ପିଲାମାନେ ପାଠ ପଢ଼ୁଥିବା ଜଣାଯାଇଛି।
ଯାହାକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ। ସମସ୍ତ ବ୍ଲକର ଶିକ୍ଷାଧିକାରୀଙ୍କୁ ଏନେଇ ଯାଞ୍ଚ କରିବାକୁ ତାଗିଦ୍ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଏହାର ତଦନ୍ତ କରିବାକୁ ସ୍କ୍ୱାର୍ଡ ଗଠନ କରାଯାଇଛି।
ଜୟଦେବ ବିହାର, କଟକ ରୋଡ, ପୁରୁଣା ଭୁବନେଶ୍ୱର, ଡୁମଡୁମା, ଖଣ୍ଡଗିରି, ଆଚାର୍ଯ୍ୟ ବିହାର ଅଞ୍ଚଳରେ ଏହି ସ୍କ୍ୱାର୍ଡ ଚଢ଼ାଉ କରି ସବିଶେଷ ଯାଞ୍ଚ କରିବେ।
from Odisha Reporter https://ift.tt/2whPLRJ
No comments:
Post a Comment