ବରକୁ ରାସ୍ତାରୁ ଉଠାଇ ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ବରକୁ ରାସ୍ତାରୁ ଉଠାଇ ନେଲେ

ଆଠଗଡ଼: ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ ଅପହରଣ କରି ନିଆଗଲା। ମଝି ରାସ୍ତାରେ ଗାଡ଼ି ଅଟକାଇ ଦୁର୍ବୃତ୍ତମାନେ ବରକୁ ଉଠାଇ ନେଲେ। ବରକୁ ନେଇ ଯାଉଥିବା କାର୍‌ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ମାର୍କୁଣ୍ଡି ସମେତ ବର ଯାତ୍ରୀ ରାସ୍ତାରେ ଛିଡ଼ା ହୋଇଛନ୍ତି। ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସବୁକିଛି ଘଟିଯାଇଥିବା ବେଳେ ପରିବାର ଲୋକେ କିଛି ବୁଝି ପାରି ନ ଥିଲେ। ସେମାନେ କାହାକୁ ଚିହ୍ନି ନ ଥିବା କହୁଥିବା ବେଳେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ  ସ୍ୱାଇଁଙ୍କର ଆଠଗଡ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ଫାଇନାଲ୍‌ ହୋଇଥିଲା। ଆଜି ଧୁମଧାମ୍‌ରେ ବାଜା, ରୋଷଣୀ ବଜାଇ ବରଯାତ୍ରୀଙ୍କୁ ଧରି ବର ଆଠଗଡ଼ ଆସୁଥିଲେ। ବିରକିଶୋରପୁର ଶିବ ମନ୍ଦିରରେ ବିବାହ ନିମନ୍ତେ ସବୁ ଆୟୋଜନ ମଧ୍ୟ ସରିଥିଲା।

କିନ୍ତୁ ମଣ୍ଡପରେ ପହଞ୍ଚିବାର କିଛି ସମୟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ଅପହରଣ କରି ନିଆଗଲା। ୭ରୁ ୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବରଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ରାସ୍ତା ମଝିରୁ କିଏ ଓ କାହିଁକି ଉଠାଇ ନେଲା କିଛି ସ୍ପଷ୍ଟ ହୋଇନି। ଅପହରଣକାରୀଙ୍କୁ ଚିହ୍ନି ନଥିବା ନେଇ ପରିବାର ଲୋକ କହିଛନ୍ତି। 



from Odisha Reporter https://ift.tt/2TYt10X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages