ପୁଣି ଚର୍ଚ୍ଚାରେ ଗଜନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ପୁଣି ଚର୍ଚ୍ଚାରେ ଗଜନୀ

ମୁମ୍ବାଇ: ମାର୍ଚ୍ଚ ୧୪ ତାରିଖ ହେଉଛି ଆମୀର ଖାନ୍‌ଙ୍କ ଜନ୍ମଦିନ। ତେବେ ତା’ ପୂର୍ବରୁ ଏକ ଆଲୋଚନା ଜୋର ଧରିଛି। କୁହାଯାଉଛି, ୨୦୦୮ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ’ଗଜନୀ’ର ସିକ୍ୱେଲ୍ ତିଆରି ହେବ। ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ। ସେ ତାଙ୍କ ଜନ୍ମଦିନରେ ଏ ବିଷୟରେ ଘୋଷଣା କରିପାରନ୍ତି।

ଏଭଳି ଚର୍ଚ୍ଚାର ସୂତ୍ରପାତ ହୋଇଛି ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟର ଏକ ଟ୍ୱିଟ୍‌ରୁ। ଏହାର ଅଫିସିଆଲ୍‌ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି। ଏଥିରେ ଲେଖା ହୋଇଛି- ‘ଏହି ପୋଷ୍ଟଟି ବୋଧହୁଏ ଗଜନୀ ବିଷୟରେ ଥିଲା, ହେଲେ ଆମେ ଭୁଲିଗଲୁ ଯେ ଆମେ କ’ଣ ତିଆରି କରିବାକୁ ଚାହୁଁଛୁ।’ ଆଉ ଏହାର କ୍ୟାପସନ୍‌ରେ ଲେଖାଯାଇଛି ଯେ ଏଥିପାଇଁ ଗଜନୀ ଦାୟୀ! କେବଳ ସେତିକି ନୁହେଁ, ଏହି ପୋଷ୍ଟରେ ଆମୀରଙ୍କୁ ମଧ୍ୟ ଟ୍ୟାଗ୍‌ କରାଯାଇଛି।

ଯେଉଁମାନେ ‘ଗଜନୀ’ ଫିଲ୍ମ ଦେଖିଥିବେ, ସେମାନେ ଏହି ପୋଷ୍ଟଟିକୁ ବୁଝିଥିବେ। କାରଣ ‘ଗଜନୀ’ରେ ଆମୀରଙ୍କୁ ସର୍ଟ ଟର୍ମ ମେମୋରି ଲସ୍‌ର(ଭୁଲିଯିବା) ସମସ୍ୟା ଥିଲା। ସେ ସବୁକିଛି ଭୁଲି ଯାଉଥିଲେ। ତେଣୁ ଏହି ପୋଷ୍ଟକୁ ଦେଖିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ପ୍ରାୟ ସମସ୍ତେ ଭାବୁଛନ୍ତି ଯେ ଏହାର ସିକ୍ୱେଲ୍ ଆସିବ। ୨୦୦୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅଭିନେତ୍ରୀ ଆସୀନ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୨୦୦୫ରେ ଆସିଥିବା ତାମିଲ୍‌ ଫିଲ୍ମ ‘ଗଜନୀ’ର ହିନ୍ଦୀ ରିମେକ୍‌ ଥିଲା। ଏଆର୍‌ ମୁର୍‌ଗାଦୋସ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ। ତାମିଲ ଭାଷାରେ ବି ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ।

 



from Odisha Reporter https://ift.tt/33aPpIN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages