ଲୋକସେବା ଭବନରେ ଆଜି ବସିବ ବିଧାନସଭା ବଜେଟ୍ ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଲୋକସେବା ଭବନରେ ଆଜି ବସିବ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବସିବ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିବ। ବ୍ୟୟମଞ୍ଜୁରୀ ବିଲ୍ ପାରିତ ପାଇଁ ଏହି ଅଧିବେଶନ ବସିବ।

ତା’ପୂର୍ବରୁ ଗତକାଲି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କନଭେନସନ୍‌ ହଲ୍‌ରେ ୨ ମିଟର ଅନ୍ତରରେ ବିଧାୟକମାନେ ବସିବେ। ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/39wi5NU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages