ପିଲାଛୁଆ ଧରି ଭୋକ ଉପାସରେ ପଡ଼ିଛନ୍ତି ମଧ୍ୟପ୍ରଦେଶର ୪୦ ଲୁହା ବ୍ୟବସାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ପିଲାଛୁଆ ଧରି ଭୋକ ଉପାସରେ ପଡ଼ିଛନ୍ତି ମଧ୍ୟପ୍ରଦେଶର ୪୦ ଲୁହା ବ୍ୟବସାୟୀ

ବାଲିଗୁଡ଼ା(ଅଜିତ ନାୟକ): କୋରନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ  ଲକ୍‌ଡାଉନ୍ ହୋଇଛି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ।

ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବାରଖମା ଅଞ୍ଚଳରେ ସେମାନେ ଫସି ରହିଛନ୍ତି।

ଏ ସମ୍ପର୍କରେ ଗତକାଲି ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଚୁଡ଼ା ଓ ବିସ୍କୁଟ ଦେଇଥିଲେ। ଏଥିସହ ସେମାନଙ୍କୁ କରୋନା ମୁକାବିଲାରୁ କିଭଳି ଦୂରେଇ ରହିବେ ସେନେଇ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।   ସେମାନଙ୍କୁ  ହାତ ଦୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଥିଲା। ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ  ଆଗାମୀ ଦିନରେ କିଭଳି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି ଏହି ବ୍ୟବସାୟୀ।



from Odisha Reporter https://ift.tt/3arqy6b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages