ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଭାଇରସ ଟେଷ୍ଟ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ପରୀକ୍ଷାରେ ନେଗେଟିଭ ବା ଟ୍ରମ୍ପଙ୍କ ଶରୀରରେ କରୋନା ଭାଇରସ ନାହିଁ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ଟ୍ରମ୍ପ ବ୍ରିଟେନ ଏବଂ ଆୟାର୍ଲାଣ୍ଡ ଗସ୍ତ ଉପରେ କଟକଣା ଲଗାଇଛନ୍ତି।
ଆମେରିକା ରାଷ୍ଟ୍ରପତି କରୋନା ପରୀକ୍ଷା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର ସଂଧ୍ୟାରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଶନିବାର ସଂଧ୍ୟାରେ କରୋନା ପରୀକ୍ଷାର ଫଳାଫଳ ଆସିଥିଲା। ତାଙ୍କ ଶରୀରରେ କରୋନା ନାହିଁ। ଏବେ ତାଙ୍କ ଶରୀରର ତପମାତ୍ରା ସ୍ୱାଭାବିକ ଭାବରେ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ନିଜେ କହିଛନ୍ତି।
ସୂଚନାଯୋଗ୍ୟ, ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ କରୋନା ଭାଇରସ ଏଯାବତ ସାରା ବିଶ୍ୱରେ ୫,୦୦୦ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଚିକିତ୍ସାଧୀନ ରହିଛନ୍ତି। ଶନିବାର ସଂଧ୍ୟା ସୁଦ୍ଧା ଆମେରିକାରେ ୨,୭୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରମ୍ପ ସରକାର ଏହି ମହାମାରୀକୁ ଦେଖି ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
from Odisha Reporter https://ift.tt/2TOQFyi
No comments:
Post a Comment