ହାଉସ୍‌ ଆଇସୋଲେସନରେ ୫ କରୋନା ସନ୍ଦିଗ୍ଧ, ୧୪ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ହାଉସ୍‌ ଆଇସୋଲେସନରେ ୫ କରୋନା ସନ୍ଦିଗ୍ଧ, ୧୪ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଞ୍ଚଳରେ ବିଦେଶରୁ ଫେରୁଥିବା ୫  ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ ହାଉସ‌୍‍ ଆଇସୋଲେସନ୍‌ରେ ରଖାଯାଇଛି।  ବର୍ତ୍ତମାନ ଏମାନଙ୍କ ଶରୀରରେ କୈାଣସି କରୋନା ଲକ୍ଷଣ ଦେଖାଦେଇନଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ରହିଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ହାଉସ୍‌ ଆଇସୋଲେସନ୍‌ରେ ରଖାଯାଇଛି। ଦୀର୍ଘ ୧୪ ଦିନ ଧରି ପ୍ରତ୍ୟେକ ଦିନ ମେଡିକାଲ ଟିମ‌୍‍ ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ବିନିକା ସହରର ଗୋଟିଏ ପରିବାରର ଦୁଇ ଭଉଣୀ ଦୀର୍ଘ ବର୍ଷ ହେବ ବାହାରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆମେରିକାରେ ଇଂଜିନିୟର ଭାବେ ଚାକିରୀ କରୁଥିବା ବେଳେ ଅନ୍ୟ ଜଣକ ବାଙ୍ଗାଲୋରରେ ଚାକିରି କରୁଥିଲେ। ଉଭୟ ଗତ ୯ ତାରିଖରେ ସାଥି ହୋଇ ଘରକୁ ଫେରିଥିଲେ।

ସେହିପରି ସହରର ୨ ବ୍ୟକ୍ତି  ଗତ  ୮ ତାରିଖରେ ଦୁବାଇରୁ ଘରକୁ ଫେରିଥିଲେ।  ସେମାନଙ୍କ ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତି ଗତ  ୬ ତାରିଖରେ ରୁଷିଆରୁ  ଘରକୁ ଫେରିଥିଲେ। ସହରରେ ୫ କରୋନା ସନ୍ଦିଗ୍ଧ ଥିବା ଖବର ପାଇଲା ପରେ  ଗତକାଲି ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ‌୍‍ ସେମାନଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ।

ଏହି ୫ ଜଣ  ହାଉସ‌୍‍ ଆଇସୋଲେସନ‌୍‍ରେ  ଥିବା ବେଳେ ରିପୋର୍ଟ ନେଗେଟିଭ‌୍‍ ଆସିଥିବା ବିନିକା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। କିନ୍ତୁ  ସେମାନଙ୍କୁ ମାକ୍ସ,ଗ୍ଲୋବ‌୍‍ ଆଦି ଦିଆଯାଇଛି। ପରିବାର ଲୋକଙ୍କ ସହିତ  ଗୋଟିଏ ମିଟର ଦୂରତାରୁ କଥା ହେବା ପାଇଁ ପରାମର୍ଶ ଦିଆଯାଇଛି।



from Odisha Reporter https://ift.tt/38Ml4S0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages