ମାଲ୍ୟାଙ୍କ ଭଳି ବିଦେଶ ପଳାଇବାକୁ ଲକ୍ଷ୍ୟ ରଖିଥିଲେ ରାଣା କପୁର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ମାଲ୍ୟାଙ୍କ ଭଳି ବିଦେଶ ପଳାଇବାକୁ ଲକ୍ଷ୍ୟ ରଖିଥିଲେ ରାଣା କପୁର!

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭଳି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଭାରତରେ ନିଜ ସମ୍ପତ୍ତି ବିକ୍ରି କରି ବିଦେଶ ପଳାଇବାକୁ ଇଚ୍ଛା ରଖିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ବାବଦରେ ଜାଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଣା କପୁରଙ୍କ ତିନିଟୋ ବଡ଼ ବଡ଼ ସମ୍ପତ୍ତି ରହିଛି। ଏହାର ମୂଲ୍ୟ ୧୦୦୦ କୋଟିରୁ ଅଧିକ ରହିଛି। ଏହାକୁ ବିକ୍ରି କରିବା ପାଇଁ ରାଣା କପୁର ଚେଷ୍ଟା କରୁଥିଲେ। ଏବେ ଏହି ତିନିଟି ସମ୍ପତ୍ତି ଉପରେ ଇଡି ସ୍କାନରରେ ରହିଛି।

ଏହି ତିନୋଟି ସମ୍ପତ୍ତି ହେଲା ୪୦ ଅମୃତା ଶେରଗିଲ୍ ମାର୍ଗ, ଚାଣକ୍ୟପୁରୀ ସ୍ଥିତ ୧୮ କୌଉଟଲ୍ୟ ମାର୍ଗ ଏବଂ ସର୍ଦ୍ଦାର ପଟେଲ ମାର୍ଗରେ ଥିବା ଡିପ୍ଲୋମେଟିକ ଏନକ୍ଲେଭ ପାଖରେ ରହିଛି। ଏହି ତିନି ସମ୍ପତ୍ତି ରାଣା କପୁରଙ୍କ ସ୍ତ୍ରୀ ବିନ୍ଦୁ କପୁରଙ୍କ ନାମରେ ରହିଛି। ସମ୍ପତ୍ତି ବିକ୍ରି କରିବା ପାଇଁ ରାଣା କପୁର ପ୍ରୋପଟି ଡିଲରଙ୍କୁ କହିଥିଲେ ବୋଲି ଜଣାପଡ଼ିଛି।

ବିନ୍ଦୁ କପୁର ଦିଲ୍ଲୀର ୪୦ ଅମୃତା ଶେରଗିଲ୍ ମାର୍ଗରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି। ଏହା ତାଙ୍କ କମ୍ପାନୀ ବ୍ଲିସ୍ ଆବୋଡ୍ ଲିମିଟେଡ୍ ନାମରେ ପଞ୍ଜିକୃତ ହୋଇଛି। ବାକି ଦୁଇଟି ସମ୍ପତ୍ତି ବ୍ଲିସ୍ ଭିଲ୍ଲା (ଦିଲ୍ଲୀ) ପ୍ରାଇଭେଟ ଲିମିଟେଡ୍ ନାମରେ ଅଛି। ବିନ୍ଦୁ ମଧ୍ୟ ପ୍ରାୟ ୪,୩୦୦ କୋଟି ଟଙ୍କାର ସନ୍ଦେହଜନକ କାରବାର ମାମଲାରେ ଇଡି ରାଡାରରେ ରହିଛନ୍ତି।

ସିବିଆଇ ସୋମବାର ୟେସ୍ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁରଙ୍କ ପରିବାରକୁ ୬୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗରେ ସାତଟି ସ୍ଥାନରେ ଚଢ଼ାଉ କରିଥିଲା। ଏହାର ରିପୋର୍ଟରେ ସିବିଆଇ ପାଞ୍ଚଟି କମ୍ପାନୀ, କପୁରଙ୍କ ପତ୍ନୀଙ୍କ ସମେତ ତିନି ଝିଅ ଏବଂ ଅନ୍ୟାନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ନାମ ରଖିଛି। ରାଣା କପୁରଙ୍କ ବ୍ୟତୀତ ତାଙ୍କ ପତ୍ନୀ ବିନ୍ଦୁ, ଝିଅ ରୋଶନୀ, ରାକ୍ଷୀ ଏବଂ ରାଧାଙ୍କ ନାମରେ ମାମଲା ରୁଜୁ କରାଯାଇ ପଚରାଉଚରା କରାଯାଇଛି।

ଖବର ସରବରାହ ସଂସ୍ଥା ଆଇଏନ୍ଏସକୁ ଜଣେ ବରିଷ୍ଠ ଇଡି ଅଧିକାରୀ କହିଛନ୍ତି, “କପୁର ଏବଂ ତାଙ୍କ ସ୍ତ୍ରୀ ବିନ୍ଦୁ ଏବଂ ତିନି ଝିଅ ସହିତ ମିଶି ସେମାନେ ଲାଞ୍ଚ ନେବା ପାଇଁ ୨୦ ରୁ ଅଧିକ ନକଲି କମ୍ପାନୀ ତିଆରି କରିଥିଲେ।” ସେ କହିଛନ୍ତି ଯେ ଲାଞ୍ଚରେ ନିଆଯାଇଥିବା ଟଙ୍କା ସମ୍ପତ୍ତିରେ ବିନିଯୋଗ ପାଇଁ ବ୍ୟବହୃତ ହୋଇଥିଲା। କୁହାଯାଉଛି ଯେ ନକଲି କମ୍ପାନୀ ମାଧ୍ୟମରେ ବ୍ୟାଙ୍କରୁ ଋଣ ଦିଆଯାଇଥିବା ସେହି କର୍ପୋରେଟ୍ କମ୍ପାନୀଗୁଡିକରୁ ଲାଞ୍ଚ ନିଆଯାଇଥିଲା।

ଶନିବାର ଇଡି ମୁମ୍ବାଇ ଏବଂ ଦିଲ୍ଲୀରେ କପୁରଙ୍କ ତିନି ଝିଅଙ୍କ ବାସଭବନରେ ରେଡ୍ କରିଥିଲା। ଇଡି ସନ୍ଦେହ କରୁଛି ଯେ କପୁର ଏବଂ ତାଙ୍କର ଦୁଇ ଝିଅ, ଡୋଇଟ୍ ଅର୍ବାନ୍ ଭେଞ୍ଚରସର ନିର୍ଦ୍ଦେଶକ, ଡିଏଚଏଫଏଲରୁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ୮୦ଟି ନକଲି କମ୍ପାନୀ ଜରିଆରେ ଡିଏଚଏଫଏଲ ଦ୍ୱାରା ୪,୪୫୦ କୋଟି ଟଙ୍କା ରୋଜଗାର କରାଯାଇଛି। ଏହି ନକଲି କମ୍ପାନୀଗୁଡିକରେ ମଧ୍ୟ ଡୋଇଟ୍ ଅର୍ବାନ୍ ଭେଞ୍ଚରସର ଅନ୍ତର୍ଭୁକ୍ତ।



from Odisha Reporter https://ift.tt/38LYuZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages