ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ଆଜି ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିଛି।
ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମର ସଂଖ୍ୟା ହେଉନି, ସେଥିଲାଗି ଆମେ ଲଢ଼ିବୁନି। ସଂଖ୍ୟାଗରିଷ୍ଠତା ନ ଥିବାରୁ କ’ଣ ପାଇଁ ଲଢ଼େଇ କରିବାକୁ ଯିବୁ ବୋଲି ସେ ଓଲଟା ପଚାରିଛନ୍ତି। କିନ୍ତୁ ଏନେଇ ପାର୍ଟି ନିଷ୍ପତ୍ତି ହୋଇନି। ପାର୍ଟି ଏ ବିଷୟରେ ଚୁଡ଼ାନ୍ତ ନିଷ୍ପତ୍ତି ନେବା ପରେ ଜଣାଇ ଦେବି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟଯେ, ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ଆଶାୟୀ ପ୍ରାର୍ଥୀ। ବିଜେଡ଼ି ପକ୍ଷରୁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।
ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ କି ନାହିଁ ସ୍ପଷ୍ଟ ହୋଇନଥିବାବେଳେ ବିଜେପି ମଧ୍ୟ ପ୍ରାର୍ଥୀ ଦେବ ନାହିଁ ଘୋଷଣା କରିଛି। ତେଣୁ ଚତୁର୍ଥ ଆସନ ମଧ୍ୟ ବିଜେଡି ଖାତାକୁ ଯିବ ବୋଲି ଆଲୋଚନା ହେଉଛି।
from Odisha Reporter https://ift.tt/3cN8VQ3
No comments:
Post a Comment