ରୋମ୍: ଚୀନର ଉହାନରୁ ବ୍ୟାପିଥିବା କିଲର କରୋନ୍ ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। ଶୁକ୍ରବାର ଇଟାଲୀରେ କରୋନାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ୍ ୧୯୭ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ ପରେ ଇଟାଲୀରେ କରୋନା ଭାଇରସରେ ସର୍ବାଧିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଇଟାଲୀରେ ଏଯାବତ ୪,୬୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନ, ଦକ୍ଷିଣ କୋରିଆ ଏବଂ ଇରାନ ପରେ ଇଟାଲୀରେ ସର୍ବାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଇଟାଲୀର ସମସ୍ତ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଇଟାଲୀ ସରକାର। ଦେଶର ୮୪ ଲକ୍ଷ ଛାତ୍ରଛାତ୍ରୀ ଘରେ ରହି ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି ସରକାର। ଇଟାଲୀ ବ୍ୟତୀତ ସାରା ବିଶ୍ୱର ୮୭ ଟି ଦେଶରେ ଏହି ଭାଇରସ ବ୍ୟାପିଛି।
ଶୁକ୍ରବାର ସୁଦ୍ଧା ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୧୨୩ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩,୩୮୫ ରେ ପହଞ୍ଚିଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଗୁରୁବାର ସୁଦ୍ଧା ୬୧୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ହଂକଂ ଏବଂ ମକାଉକୁ ବାଦ୍ ଦେଇ ଚାଇନାରେ ୮୦,୫୫୨ ଟି କରୋନା ରୋଗୀ ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୩,୦୪୨ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ ବାହାରେ ମୋଟ ୧୭,୫୭୧ କରୋନା ମାମଲା ଆସିଥିବା ବେଳେ ୩୪୩ ଜଣଙ୍କର ମୃତ୍ୟୁ ଘଟିଛି।
ଚୀନ୍ ପରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ହେଉଛି ଦକ୍ଷିଣ କୋରିଆ (୬,୨୮୪ ମାମଲା, ୪୨ ମୃତ୍ୟୁ), ଇଟାଲୀ (୩,୮୫୮ ମାମଲା, ୧୪୮ ମୃତ୍ୟୁ), ଇରାନ (୩,୫୧୩ ମାମଲା, ୧୦୭ ମୃତ୍ୟୁ) ଏବଂ ଫ୍ରାନ୍ସ (୪୨୩ ମାମଲା, ୭ ମୃତ୍ୟୁ)। ଗୁରୁବାର ସୁଦ୍ଧା ପାଲେଷ୍ଟାଇନ ଏବଂ ଭୁଟାନରେ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/3cJiBLx
No comments:
Post a Comment