ଘୋଷଣା ସତ୍ତ୍ୱେ ଆଜି ଯାଏ ୟେସ୍‌ ବ୍ୟାଙ୍କରୁ କାହିଁକି ଟଙ୍କା ଉଠାଯାଇନି-ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ଘୋଷଣା ସତ୍ତ୍ୱେ ଆଜି ଯାଏ ୟେସ୍‌ ବ୍ୟାଙ୍କରୁ କାହିଁକି ଟଙ୍କା ଉଠାଯାଇନି-ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଅନ୍ୟତମ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଏବେ ଦେବାଳିଆ ସ୍ଥିତିକୁ ଚାଲି ଆସିଛି।  ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ବ୍ୟାଙ୍କରେ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି।

ୟେସ୍‌ ବ୍ୟାଙ୍କ ଏପରି ସ୍ଥିତିରୁ ମୁକୁଳିବାକୁ ବାଟ ପାଉ ନ ଥିବା ବେଳେ ସେଠାରୁ ଟଙ୍କା ଉଠାଇ ନେବା ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗୁଛି। ଏପରି ସ୍ଥିତିରେ ମହାପ୍ରଭୁ ଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ଆଶଙ୍କା ଦେଖାଦେଇଛି । ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫କୋଟି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ଚିନ୍ତା ବଢିଛି । ରାଷ୍ଟ୍ରାୟତ ବ୍ୟାଙ୍କକୁ ଛାଡ଼ି ଏହି ଘରୋଇ ବ୍ୟାଙ୍କରେ କାହିଁକି ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ଜମା ରହିଛି ତାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଟ୍ୱିଟ୍ କରି ବୈଜୟନ୍ତ କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ ବି ଟଙ୍କା ଉଠାଇ ଆଣିନଥିଲେ। ୟେସ ବ୍ୟାଙ୍କ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବାବେଳେ ସୁପରିଚାଳିତ ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିର ଟ୍ରଷ୍ଟ ନିଜର ଟଙ୍କା ଉଠାଇ ଆଣିଥିଲେ। ଏନେଇ ଓଡ଼ିଶା ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ, ୟେସ ବ୍ୟାଙ୍କରେ ଜମା ଥିବା ୫୪୫ କୋଟି ଟଙ୍କା ଉଠାଇ ଆଣିବେ। ହେଲେ ରାଜ୍ୟ ସରକାର ତାହା କଲେ ନାହିଁ ବୋଲି ବୈଜୟନ୍ତ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ଜମା ରଖାଯିବାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜୟ କହିଛନ୍ତି, ନିୟମ ଅନୁସାରେ ଜଗନ୍ନାଥଙ୍କ ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବା କଥା। ଆଇନ ବ୍ୟବସ୍ଥା ସତ୍ତ୍ୱେ କିଏ ନିୟମ ଭାଙ୍ଗିଲା ବୋଲି ପ୍ରଶ୍ନ ଉଠାଇଲେ ବିଜୟ।

ଫାଉଣ୍ଡେସନ୍ ଫଣ୍ଡର ଟଙ୍କା କେଉଁଠି ରହିବ, ସରକାର ନିଷ୍ପତ୍ତି ନେବା କଥା। ୟେସ ବ୍ୟାଙ୍କରେ ଜମା ଯଦି ସରକାରଙ୍କ ନିଷ୍ପତ୍ତି, ତେବେ ସରକାର ଦାୟୀ। ନିୟମ ଭାଙ୍ଗିଥିବା ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ହେଉ। କେନ୍ଦ୍ର କିମ୍ବା ରିଜର୍ଭ ବ୍ୟାଙ୍କ ଚାହିଁଲେ ଜଗନ୍ନାଥଙ୍କ ଟଙ୍କା ଫେରିଆସିବ। ରାଜ୍ୟ ସରକାର ଟଙ୍କା ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜୟ।

ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି  ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଅଧତ୍କ ସୁଧ ଲୋଭରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଭୁଲ ପଦକ୍ଷେପ ଥିଲା ବୋଲି ମହେଶ୍ୱର କହିଛନ୍ତି। ଅପରପକ୍ଷେ ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସୁର।

ମିଳିଥିବା ସୂଚନା ଅନୁଯାୟୀ, ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ବହୁ ଗ୍ରାହକ ଆକୃଷ୍ଟ  ହୋଇପଡ଼ିଥିଲେ। ୟେସ୍ ବ୍ୟାଙ୍କ୍ ଗ୍ରାହକଙ୍କ ତାଲିକାରେ ସାଧାରଣ ଗ୍ରାହକଙ୍କ ଅପେକ୍ଷା କର୍ପୋରେଟ୍ ଗ୍ରାହକ ଅଧିକ ଥିଲେ। ତେବେ ୟେସ୍ ବ୍ୟାଙ୍କ୍ ଯେଉଁମାନଙ୍କୁ ଋଣ ଦେଇଥିଲା ସେମାନେ ଏବେ ଦେବାଳିଆ ସ୍ଥିତିରେ ଅଛନ୍ତି। ତେଣୁ ଋଣ ଫେରସ୍ତ ନହେବାରୁ ବ୍ୟାଙ୍କ ମଧ୍ୟ ବୁଡ଼ିବା ସ୍ଥିତିକୁ ଚାଲି ଆସିଛି।



from Odisha Reporter https://ift.tt/3349D6X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages