ନୂଆଦିଲ୍ଲୀ: ପ୍ରଥମେ କରୋନା ପ୍ରଭାବ ତା’ପରେ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଛି। ଯାହାର ଲାଭ ଏବେ ଭାରତୀୟ ଉପଭୋକ୍ତାଙ୍କୁ ମିଳିଛି। ବୁଧବାର ପେଟ୍ରୋଲ ଦର ୨.୬୯ ପଇସା କମିଥିବା ବେଳେ ଡିଜେଲ୍ ଦର ୨.୩୩ ପଇସା ହ୍ରାସ ପାଇଛି। ତେଲ ଦର କମିବା ପରେ ପେଟ୍ରୋଲ ଲିଟର ପିଛା ଦାମ ୭୦.୨୦ ପଇସା ହୋଇଥିବା ବେଳେ ଡିଜେଲ୍ ଦାମ ୬୩.୦୧ ପଇସା ହୋଇଛି।
ଅଶୋଧିତ ତେଲର ଦାମକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି। କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ଯାହାର ପ୍ରଭାବ ତେଲ ବଜାର ଉପରେ ମଧ୍ୟ ପଡ଼ିଛି। ଏହାପରେ ଚଳିତ ସପ୍ତାହର ଆରମ୍ଭରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ୍ରାସ ପାଇଛି। ଏହାର କାରଣ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା। ଋଷରୁ ‘ପ୍ରତିଶୋଧ’ ନେଇ ସାଉଦି ଆରବ ଏହି ମୂଲ୍ୟ ହ୍ରାସ କରିଛି। କାରଣ ଋଷ ତେଲ ଉତ୍ପାଦନ ହ୍ରାସ କରିବାକୁ ରାଜି ନଥିଲା। କରୋନା ପାଇଁ ଅନେକ ସ୍ଥାନରେ ଆମଦାନୀ ଓ ରପ୍ତାନୀ ବନ୍ଦ ରହିଥିବାରୁ ତେଲ ଉତ୍ପାଦନକୁ କମାଇବାକୁ ଋଷକୁ କୁହାଯାଇଥିଲା। ଯାହାକୁ ଋଷ ଗ୍ରହଣ କରିନଥିବା ବେଳେ ସାଉଦି ଆରବ ଦାମ ପାଖରୁ ଆରମ୍ଭ କରି ସମସ୍ତ ପ୍ରକାର ସର୍ତ୍ତ ପାଇଁ ରାଜି ହେଉଥିବା ଦେଖିବାକୁ ମିଳିଛି।
ଦାମ କମ୍ ବେଶୀ ହୋଇ ମାର୍ଚ୍ଚ ଆରମ୍ଭରୁ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୧ଟଙ୍କା ୬୦ ପଇସା କମିଥିବା ବେଳେ ଡିଜେଲ ଦାମ ୧ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା। ସେହିପରି ୨୦୨୦ ଆରମ୍ଭରୁ ଏଯାବତ ତିନି ମାସ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦାମ ୫ ଟଙ୍କା ହ୍ରାସ ପାଇଛି।
ଭାରତର ବର୍ତ୍ତମାନ କଞ୍ଚା ତେଲର ଦାମ ବ୍ୟାରେଲ (୧୫୯ ଲିଟର) ପିଛା ୪୭.୯୨ ଡଲାର ରହିଛି। ଡିସେମ୍ବର ୨୦୧୯ ରେ ଏକ ଅଶୋଧିତ ତେଲ ବ୍ୟାରେଲ ପିଛା ହାରାହାରି ୬୫.୫୨ ଡଲାର ଥିଲା।
from Odisha Reporter https://ift.tt/38FNbCn
No comments:
Post a Comment