ଲଣ୍ଡନ: ଚୀନର ଉହାନରୁ ବ୍ୟାପିଥିବା କିଲର କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ସାରା ବିଶ୍ୱରେ ୪ ହଜାରରୁ ଅଧିକ ଲୋକ ଏହି କରୋନା ଭାଇରସରେ ମୃତ୍ୟୁ ବରଣ କରିଥିବା ବେଳେ ଲକ୍ଷେରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଏବେ ବ୍ରିଟେନର ଶାସକ ଦଳର ସାଂସଦ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡାରିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଟେଷ୍ଟରେ ତାଙ୍କ ଶରୀରରେ କରୋନା ଭାଇରସ ରହିଥିବା ସେ ସ୍ପଷ୍ଟ କରିଛନ୍ତି।
ଏବେ ସେ ନିଜକୁ ପରିବାର ପାଖରୁ ଅଲଗା ରଖିଛନ୍ତି ବୋଲି କହିଛନ୍ତି। ତେବେ ନଦୀନ କେମିତି କରୋନାର ଆକ୍ରାନ୍ତ ହେଲେ ସେ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରୁଛି।
from Odisha Reporter https://ift.tt/2wIuTmP
No comments:
Post a Comment