ଆସିଲା Vivo NEX 3S 5G - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ଆସିଲା Vivo NEX 3S 5G

ନୂଆଦିଲ୍ଲୀ: Vivo ଭାରତରେଏକ ନୂଆ ଫୋନ୍‌ ଲଞ୍ଚ୍‌ କରିଛି। ଏହାର ନାଁ Vivo NEX 3S 5G। କମ୍ପାନୀ ଏହାକୁ ଫ୍ଲାଗଶିପ୍ ଫୋନ୍‌ ଭାବେ ଲଞ୍ଚ୍‌ କରିଛି।  ବର୍ତ୍ତମାନ ଏହାକୁ କେବଳ ଚୀନ୍‌ରେ ଲଞ୍ଚ୍‌ କରାଯାଇଛି। ସେଠାରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୫୩ ହଜାର ଟଙ୍କା ରହିଛି।

ଏହି ଫୋନ୍‌କୁ ୮ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍ ଏବଂ ୧୨ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ ସହ ଲଞ୍ଚ୍‌ କରାଯାଇଛି। ଏଥିରେ ୬.୮୯ ଇଞ୍ଚର ସୁପର ଆମୋଲେଡ୍‌ ଡିସ୍‌ପ୍ଲେ ରହିଛି, ଯାହା HDR 10+କୁ ସପୋର୍ଟ କରେ। ଏହା ଆଣ୍ଡ୍ରଏଡ୍‌ ୧୦ରେ ଚାଲେ। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍ ୮୬୫ ପ୍ରୋସେସର ଅଛି। ଫୋନ୍‌ର ନାଁରୁ ହିଁ ଜଣାପଡ଼ିଯାଉଛି ଯେ ଏଥିରେ 5G ସପୋର୍ଟ ରହିଛି।  ଏଥିସହ ଏହା ବ୍ୟତୀତ ଏଥିରେ 4,500mAhର ବ୍ୟାଟ୍ରୀ ସହ ୪୪ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଫୋନ୍‌ଟିର ପଛ ପାର୍ଶ୍ୱରେ 64MP+13MP+13MPର ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେଲ୍‌ଫି ପାଇଁ ଏଥିରେ ୧୬ ମେଗା ପିକ୍ସେଲ୍‌ର ମଟୋରାଇଜ୍ଡ୍ ପପ୍‌ଅପ୍‌ ଫ୍ରଣ୍ଟ କ୍ୟାମେରା ରହିଛି। ଏଥିସହ ଏହି ଫୋନ୍‌ରେ USB Type C ପୋର୍ଟ ଓ ଅଣ୍ଡର ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର୍‌ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ଫୋନ୍‌ ଭାରତରେ ଲଞ୍ଚ୍ ହୋଇପାରେ।

 



from Odisha Reporter https://ift.tt/3d7GRXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages