୧୦୦ଟି ଦେଶରେ ଆରମ୍ଭ ହେବ କରୋନା ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

୧୦୦ଟି ଦେଶରେ ଆରମ୍ଭ ହେବ କରୋନା ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ!

ଓ୍ୱାଶିଂଟନ: ଏପ୍ରିଲ ଶେଷ ସୁଦ୍ଧା ୧୦୦ଟି ଦେଶରେ ବିଶ୍ୱ ବ୍ୟାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରିବାକୁ ବିଶ୍ୱ ବ୍ୟାଙ୍କ ନିଷ୍ପତ୍ତି ନେଇଛି।  ଏବେ ୬୪ଟି ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଆଗାମୀ ଦିନରେ ଏହା ବୃଦ୍ଧି ପାଇ ୧୦୦ ହେବ। ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବ୍ୟାଙ୍କର ସଭାପତି ଡାଭିଡ ମଲପାସ। ୧୭ ତାରିଖରେ ଓ୍ୱାଶିଂଟନରେ ଆଇଏମଏଫ ଏବଂ ବିଶ୍ୱ ବ୍ୟାଙ୍କ ଗ୍ରୁପଙ୍କ ସହିତ ମିଳିତ ବୈଠକ ବସିଥିଲା। ଏହାପରେ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି ବିଶ୍ୱ ବ୍ୟାଙ୍କର ସଭାପତି।

କରୋନା କାରଣକୁ ସ୍ୱାସ୍ଥ୍ୟାବସ୍ଥା, ଅର୍ଥନୀତି ଏବଂ ସାମାଜିକ ଚାଲିଚଳଣି ପ୍ରଭାବିତ ହୋଇଛି। ଏହାର ସୁଧାର ପାଇଁ ଆଗାମୀ ୧୫ ମାସ ଯାଏ ବିଶ୍ୱବ୍ୟାଙ୍କ ୧୬୦ ବିଲିଅନ ଡଲାର ଖର୍ଚ୍ଚ କରିବ ବୋଲି ଡାଭିଡ ମଲପାସ କହିଛନ୍ତି।

ବିଶ୍ୱ ବ୍ୟାଙ୍କ ବ୍ୟତୀତ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଇଣ୍ଟର ଆମେରିକାନ ଡେଭଲପମେଣ୍ଟ ବ୍ୟାଙ୍କ ମିଶି ୮୦ ବିଲିଅନ ଡଲାରର ଫଣ୍ଡ ତିଆରି କରିଛନ୍ତି। ବିଶ୍ୱବ୍ୟାଙ୍କ ଏବଂ ଏହି ବ୍ୟାଙ୍କ ଗୁଡ଼ିକର ଫଣ୍ଡକୁ ମିଶାଇଲେ ମୋଟ ୨୪୦ ବିଲିଅନ ଡ଼ଲାରର ସହାୟତା ୧୦୦ଟି ଦେଶ ପାଇବେ ବୋଲି ଜଣାପଡ଼ିଛି।

କରୋନା କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ଭୁଷୁଡ଼ି ପଡ଼ିଛି। ଗ୍ରୁପ୍ ଅଫ୍ ଟ୍ୱେଣ୍ଟି (ଜି -୨୦) ଦେଶ ଏଭଳି ସଂକଟ ସମୟରେ ଋଣ ଦେବା ଏବଂ ନେବା ଉପରେ ସ୍ଥଗିତାଦେଶ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଗରିବ ଲୋକମାନେ ଉପକୃତ ହେବେ ବୋଲି କହିଛନ୍ତି ବିଶ୍ୱବ୍ୟାଙ୍କର ସଭାପତି।



from Odisha Reporter https://ift.tt/2ViGp1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages