ଚାଲିବାକୁ ଜୁ ନାହିଁ, ତଥାପି ହୁଇଲ ଚେୟାରରେ ଲୋକଙ୍କୁ ସଚେତନ କରୁଛନ୍ତି ମିନତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ଚାଲିବାକୁ ଜୁ ନାହିଁ, ତଥାପି ହୁଇଲ ଚେୟାରରେ ଲୋକଙ୍କୁ ସଚେତନ କରୁଛନ୍ତି ମିନତି

ଆଳି(ବନମାଳୀ ସାହୁ): ନିଜ ଗୋଡ଼ରେ ଛିଡା ହେବାକୁ ସାମର୍ଥ ନାହିଁ,  ତଥାପି କରୋନା ଯୁଦ୍ଧର ସେ ଜଣେ ଯୋଦ୍ଧା। ହୁଇଲ ଚେୟାରରେ ବସି ଘରକୁ ଘର ବୁଲି ସେ ଲୋକଙ୍କୁ  କରୋନାର ଭୟାବହତା ସମ୍ପର୍କରେ ସଚେତନ କରୁଛନ୍ତି। ଏପରି ଜଣେ ଯୋଦ୍ଧା ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବାଜପୁର ଗାଁର ୱାଡ ସଭ୍ୟା ମିନତି ବାରିକ।

ମିନତି ଦିବ୍ୟାଙ୍ଗ ହୋଇ ମଧ୍ୟ ହୁଇଲ ଚେୟାରରେ ବସି  ଗାଁକୁ ଗାଁ ବୁଲି କରୋନା ଭୂତାଣୁର ଭୟାବହତା ବିଷୟରେ ଲୋକମାନଙ୍କୁ ଅବଗତ କରୁଛନ୍ତି। ଏଥିସହ ମାକ୍ସ ପିନ୍ଧିବା,  ସାମାଜିକ ଦୂରତ୍ୱ ରଖିବା, ଗାଁକୁ ସଫା ରଖିବା ନେଇ ଲୋକଙ୍କୁ ବୁଝାଉଛନ୍ତି।

ମିନତି ନିଜେ ମାକ୍ସ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି। ଏହାସହ ନିଜ ଗାଁକୁ ଯଦି କେହି ବାହାର ଲୋକ ପ୍ରବେଶ କରନ୍ତି ମିନତି ତାଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି।

ଏନେଇ ମିନତି କହିଛନ୍ତି,“ମୁଁ କରୋନା ସମ୍ପର୍କରେ ଲୋକଙ୍କୁ ବୁଝାଉଛି। ଲୋକେ ମଧ୍ୟ ମୋ କଥା ଶୁଣୁଛନ୍ତି। ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି। ଅତି ଆବଶ୍ୟକ କାମ ପଡ଼ିଲେ ହିଁ ଘରୁ ବାହାରୁଛନ୍ତି। ଏଥିସହ ମେସିନରେ ମାସ୍କ ତିଆରି କରି ଲୋକଙ୍କୁ ଦେଇଛି।”

ସେହି ଗାଁର ଜଣେ ବ୍ୟକ୍ତି କହିଛନ୍ତି,“ଆମେ ମିନତିକୁ ପ୍ରଶଂସା କରୁଛୁ। ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ଘର ଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ସେଥିପାଇଁ ସେ ଧନ୍ୟବାଦର ପାତ୍ର।”



from Odisha Reporter https://ift.tt/2RNYjHD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages