ନୌସେନାର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 17, 2020

ନୌସେନାର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ମୋଟ୍ ୨୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଜଣଙ୍କ ନୌସେନାର ନାବିକ। ଏମାନେ ସମସ୍ତେ INS ଆଙ୍ଗରେରେ ରହୁଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ INHS ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

COVID ପ୍ରୋଟୋକଲ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ତେବେ ଜାହାଜ ଏବଂ ବୁଡ଼ାଜାହାଜରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏହି ସଂକ୍ରମଣ ବିସ୍ତାର କରିନଥିବା ସୂଚନା ରହିଛି।

ଏବେ ନୌସେନା ଅଧିକାରୀଙ୍କ ଟାଭ୍ରେଲ ହିଷ୍ଟ୍ରି ଏବଂ କାହା କାହା ସଂସ୍ପର୍ଶରେ ସେମାନେ ଆସିଛନ୍ତି ସେ ନେଇ ଆରମ୍ଭ ହୋଇଛି ତନାଘନା। ଲକଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୁମ୍ବାଇ ସହରକୁ ଏହି ନୌସେନା ଅଧିକାରୀ ଯାଇଥିଲେ। ଏହି ସମୟରେ ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ସେ ସବୁ ତଥ୍ୟକୁ ବି ଏହି ପରିସୀମାକୁ ଅଣାଯାଇଛି। ଓ୍ୱେଷ୍ଟନ୍ କମାଣ୍ଡଙ୍କ ଅଧିନରେ ଆସୁଥିବା ଏହି ଆଙ୍ଗ୍ରେ ବେସ୍ ଭାରତୀୟ ନୌସେନାକୁ ଲଜେଷ୍ଟିକ୍ ସହାୟତା କରିଥାଏ। ତେଣୁ ଏହି ବେସର ଅନ୍ୟ ନୌସେନା ଅଧିକାରୀଙ୍କ ସହ ସମ୍ପର୍କ ରହିଛି କି ନାହିଁ ମଧ୍ୟ ଖୋଜା ହେଉଛି। ଏହାପୂର୍ବରୁ ଭାରତୀୟ ସ୍ଥଳ ସେନାର ୮ ଜଣ ଯବାନ କରୋନାରେ ଅାକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ସେହିପରି ଗତ କିଛି ଦିନ ତଳେ ଆମେରିକା ନୌସେନାର ଏକ ଯାହାଜର ୬୬୦ ଜଣ କ୍ରୁ ମେମ୍ବର କରୋନାରେ ଆକ୍ରାନ୍ତ ହୋଇଥିଲେ।

ଭାରତୀୟ ନୌସେନାର ସୈନିକ ମାନଙ୍କୁ ମୁମ୍ବାଇର ନୌସେନା ଡାକ୍ତରଖାନା INHSରେ ଏକାନ୍ତବାସରେ ରଖାଯାଇଛି। ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାନେ ସୂଚନା ଦେଇଛନ୍ତି ଯେ ସେନାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ଯେଉଁଥିରେ ଦୁଇଜଣ ଡାକ୍ତର ଏବଂ ଜଣେ ନର୍ସ ଅଛନ୍ତି। ଏଥି ସହିତ, ଯେଉଁ ସୈନିକମାନେ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନାହାଁନ୍ତି, ସେମାନଙ୍କୁ ୟୁନିଟକୁ ଫେରାଇ ନିଆଯାଉଛି। ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଗୋଟିଏ ବେଙ୍ଗାଲୁରୁରୁ ଜମ୍ମୁ ଏବଂ ଅନ୍ୟଟି ବାଙ୍ଗାଲୋରରୁ ଗୁଆହାଟୀ ପର୍ଯ୍ୟନ୍ତ ଚାଲୁଛି।

ଭାରତରେ କରୋନା ସଂକ୍ରମଣର ସଂଖ୍ୟା ପ୍ରାୟ ୧୪୦୦୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ମାମଲାଗୁଡ଼ିକ ମଧ୍ୟରୁ ୧୧,୬୧୬ ଟି ସକ୍ରିୟ ଥିବାବେଳେ ୧୭୬୬ ରୋଗୀ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି। ଏଥି ସହିତ ଦେଶରେ କରୋନା କାରଣରୁ ୪୫୨ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3etkSLr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages