ବମିଖାଲର ପ୍ରାୟ ସମସ୍ତ କରୋନା ଆକ୍ରାନ୍ତ ଗୋଟିଏ ପରିବାରର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ବମିଖାଲର ପ୍ରାୟ ସମସ୍ତ କରୋନା ଆକ୍ରାନ୍ତ ଗୋଟିଏ ପରିବାରର

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ରାତି ସୁଦ୍ଧା ୩୯ରେ ପହଞ୍ଚିଥିବା ବେଳେ କେବଳ ଭୁବନେଶ୍ୱରର ୩୨ ଜଣ ଅଛନ୍ତି। ଏହି ୩୨ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେବା ପରେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି। ବାକି ୩୦ ଜଣଙ୍କର ଚିକିତ୍ସା ଚାଲିଛି।  ଏହି ୩୦ ଜଣଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି ବମିଖାଲ ଅଞ୍ଚଳର। ଆଉ ସେମାନେ ପ୍ରାୟ ସମସ୍ତେ ଗୋଟିଏ ପରିବାରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି।


ଆଜି ସକାଳେ ଏହି ଟ୍ୱିଟ୍ କରାଯାଇଛି। ଏଥିରେ ଲେଖାଯାଇଛି ଯେ ଭୁବନେଶ୍ୱରରେ ଏବେ ୩୦ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଓ ବମିଖାଲରେ ମିଳିଥିବା ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବମିଖାଲର ପ୍ରାୟ ସମସ୍ତ କେସ୍ ଗୋଟିଏ ପରିବାରର। ଦୁଇଟି ଯାକ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ଓ ସର୍ଭେଲାନ୍ସରେ ରଖାଯାଇଛି। ଡରିବାର କିଛି ଆବଶ୍ୟକତା ନାହିଁ। 

ଗତକାଲି ଅପରାହ୍ଣରେ ପ୍ରଥମେ ଭୁବନେଶ୍ୱରରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ହୋଇଥିଲା l କପିଳପ୍ରସାଦ ହାଉସିଂ ବୋର୍ଡ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।l ସେ ଗତ ମାସରେ ଅଷ୍ଟ୍ରେଲିଆରୁ ଫେରି ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏଥିସହ ବମିଖାଲ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବମିଖାଲରେ ହୋଇଥିବା ସର୍ଭେଲାନ୍ସ ବେଳେ ସେ ଚି଼ହ୍ନଟ ହୋଇଥିଲେ। କିନ୍ତୁ ରାତିରେ ଆଉ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।

 

 

 

 

 

 

 



from Odisha Reporter https://ift.tt/34ehP50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages