ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୪ ହଜାର , ମୃତ୍ୟୁ ସଂଖ୍ୟା ୧୦୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୪ ହଜାର , ମୃତ୍ୟୁ ସଂଖ୍ୟା ୧୦୯

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଦେଶର ମୃତ୍ୟୁ ସଂଖ୍ୟା ୧୦୯ ଛୁଇଁଛି। ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬୭ ଛୁଇଁଛି। ଏବେ ମୋଟ୍ ୩,୬୬୬ ଜଣ ଚିକିତ୍ସିତ ହେଉଛନ୍ତି। ୨୯୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର ପ୍ରଥମରେ ରହିଥିବା ବେଳେ ତାମିଲନାଡୁ ଦ୍ୱିତୀୟରେ ଏବଂ ଦିଲ୍ଲୀ ତୃତୀୟରେ ରହିଛି। ସକାଳ ୯ଟା ସୁଦ୍ଧା ଏହି ସଂଖ୍ୟା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗତକାଲି ଅପରାହ୍ନ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ରାନ୍ତଙ୍କ ବାବଦରେ ରିପୋର୍ଟ ଦେଇଥିଲା। ସେତେବେଳେ ମୋଟ୍ ୩,୯୫୯ ଜଣ ଆକ୍ରାନ୍ତ ଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀ ନିଜାମୁଦ୍ଦିନର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତି ଏବେ ଅଧିକାକଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ ପାଇଁ ୧୭ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୦ ଛୁଇଁଥିବା ବେଳେ ୬୦୩ ଜଣ ଚିକିତ୍ସିତ ହେଉଛନ୍ତି। ୪୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୪୫ ଜଣଙ୍କର ମୃତ୍ୟୁ ଘଟିଛି।

ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧ ଛୁଇଁଥିବା ବେଳେ ୫୫୮ ଜଣ ଚିକିତ୍ସିତ ହେଉଛନ୍ତି। ୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫ ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୩ ଛୁଇଁଥିବା ବେଳେ ୪୭୮ ଚିକିତ୍ସିତ ହେଉଛନ୍ତି। ୧୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି।

ତେଲେଙ୍ଗାନାରେ ୩୨୧ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଥିବା ବେଳେ ୨୮୦ ଚିକିତ୍ସିତ ହେଉଛନ୍ତି। ୩୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3dVOaSJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages