ଭୟଙ୍କର: ନାବାଳିକାକୁ ଦୁଷ୍କର୍ମ ପରେ ଆଖି ତାଡ଼ିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଭୟଙ୍କର: ନାବାଳିକାକୁ ଦୁଷ୍କର୍ମ ପରେ ଆଖି ତାଡ଼ିଦେଲେ

ଭୋପାଲ: ଭୟଙ୍କର, ଅମାନବୀୟ ଓ ନୃଶଂସ। ଯାହା କହିଲେ ବି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଘଟିଥିବା ଘଟଣା ପାଇଁ କମ ହେବ। ଏଠାରେ ଜଣେ ୬ ବର୍ଷୀୟ ଝିଅକୁ କିଛି ଲୋକ ଅପହରଣ କରି ନେବା ପରେ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ଏହି ମଣିଷ ରୂପି ରାକ୍ଷସମାନେ ନାବାଳିକାଟିର ଆଖିକୁ ତାଡ଼ି ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଅପହରଣ ହୋଇଥିବା ନାବାଳିକାକୁ ଗୁରୁବାର ଏକ ବନ୍ଦ ଓ ନିଛାଟିଆ ଘର ମଧ୍ୟରୁ ପରିବାର ଲୋକ ପୁଲିସ ସହାୟତାରେ ଅଚେତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଘଟଣା ପ୍ରଚାର ହେବା ପରେ ସମଗ୍ର ଦେଶରେ ଏହାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି।

ନାବାଳିକା ଜଣଙ୍କ ବୁଧବାର ଦିନ ସନ୍ଧ୍ୟା ୫ଟାରେ ଘର ନିକଟ ଦୋକାନରୁ କିଛି କିଣିବା ପାଇଁ ଯାଇଥିଲା। ଏହି ସମୟରେ ତା’କୁ କିଛି ଦୁର୍ବୃତ୍ତ ଉଠାଇ ନେଇଥିଲେ। ପରିବାର ଲୋକ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଝିଅର କୌଣସି ପତ୍ତା ମିଳି ନଥିଲା। ଫଳରେ ସେମାନେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଜିଲ୍ଲା ଏସପି ହେମନ୍ତ ଚୌହାନ କହିଛନ୍ତି, ନାବାଳିକାଙ୍କ ଘର ଠାରୁ କିଛି କିମି ଦୂରତାରେ ଥିବା ଏକ ନିଛାଟିଆ ଘରୁ ଆମେ ଅଚେତ ଅବସ୍ଥା ତାଙ୍କୁ ଉଦ୍ଧାର କରିଛୁ। ଉଦ୍ଧାର ବେଳେ ତାଙ୍କ ହାତ ଓ ଗୋଡ଼ା ବନ୍ଧା ଯାଇଥିଲା। ପ୍ରାଥମିକ ତଦନ୍ତରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି।

ସେହିପରି ଦୁର୍ବୃତ୍ତମାନେ ଝିଅଟିର ଦୁଇଟି ଯାକ ଆଖି ତାଡ଼ିବାକୁ ଉଦ୍ୟମ କରି କରିଛନ୍ତି। ଆଖି ଉପରେ ଏତେ ଜୋରରେ ଆକ୍ରମଣ କରାଯାଇଛି ଯେ ତାଙ୍କ ରେଟିନା ଯାଞ୍ଚ ହୋଇ ପାରିନାହିଁ। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଜବଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି। ଦୁର୍ବୃତ୍ତଙ୍କ ସମ୍ପର୍କରେ ଯିଏ ତଥ୍ୟ ଦେବ ତାଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ସେ ଘୋଷଣା କରିଛନ୍ତି।

ଗତ ସପ୍ତାହରେ ଭୋପାଲର ଶାହପୁରରେ ଜଣେ ଦିବ୍ୟାଙ୍ଗ ବ୍ୟାଙ୍କରଙ୍କୁ ତାଙ୍କ ଘର ମଧ୍ୟରେ କିଛି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।



from Odisha Reporter https://ift.tt/2Sjlfz1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages