ଗୋଟିଏ ଅଞ୍ଚଳରୁ ୪୬ ଜଣ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 23, 2020

ଗୋଟିଏ ଅଞ୍ଚଳରୁ ୪୬ ଜଣ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ପୁଣିଥରେ ଦୁଇଟି ଅଞ୍ଚଳକୁ କରୋନା କ୍ଲଷ୍ଟର ଭାବେ ଚିହ୍ନଟ କରାଯାଇଛି। ଉତ୍ତର ଦିଲ୍ଲୀର ଜାହାନଗିରପୁର ଅଞ୍ଚଳର ଗୋଟିଏ ଦିନରେ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ଦିଲ୍ଲୀରେ ଗୋଟିଏ ପରିବାରର ୧୧ ଜଣଙ୍କ ଶରୀରରେ ଏହି ପ୍ରାଣଘାତୀ ଭୂତାଣୁ ଠାବ ହୋଇଛି। ଫଳରେ ଏହି ଦୁଇ ଅଞ୍ଚଳକୁ କରୋନା କ୍ଲଷ୍ଟର ଭାବେ ଚିହ୍ନଟ କରାଯାଇଛି।

ଗୁରୁବାର ଦିଲ୍ଲୀରେ ୧୨୮ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭୬ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ଗତକାଲି ଦୁଇ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ବୁଧବାର ଜାହାନଗିରପୁରରେ ଜଣେ ଶିଶୁଙ୍କ ସମେତ ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ କରୋନା ଟେଷ୍ଟ କରିଥିଲେ। ଏହି ସମୟରେ ଗତକାଲି ୪୬ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏଯାଏ ଜାହାନଗିରପୁରରେ ସର୍ବମୋଟ ୭୭ଟି ମାମଲା ସାମ୍ନାକୁ ଆସିଲାଣି। ଏମାନଙ୍କ ମଧ୍ୟରେ ୬ ଜଣ ପୁଲିସ କର୍ମଚାରୀ ରହିଛନ୍ତି।

ଅନ୍ୟପକ୍ଷରେ ପୁରୁଣା ଦିଲ୍ଲୀରେ ଜଣେ ଦୁଇ ମାସର ଶିଶୁଙ୍କ ସମେତ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛି। ସେମାନଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମାସରେ ଏହି ପରିବାରର ଜଣେ ସଦସ୍ୟ ଉଜବେକିସ୍ତାନରୁ ଫେରିଥିଲେ। ହେଲେ ସେ ଏସମ୍ପର୍କରେ ପ୍ରଶାସନକୁ ଅବଗତ କରାଇ ନଥିଲେ। ତାଙ୍କ ଠାରୁ ଅନ୍ୟମାନଙ୍କୁ କରୋନା ସଂକ୍ରମିତ କରିଥିବା କୁହାଯାଉଛି।



from Odisha Reporter https://ift.tt/3bySUwb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages