ସରୋଜିନୀ ନାଇଡୁଙ୍କ ଚରିତ୍ରରେ ଅଭିନୟ କରିବେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ସରୋଜିନୀ ନାଇଡୁଙ୍କ ଚରିତ୍ରରେ ଅଭିନୟ କରିବେ ଦୀପିକା

ମୁମ୍ବାଇ: ଏବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ। କାରଣ ପୁଣି ଥରେ ରାମାନନ୍ଦ ସାଗରଙ୍କ ସେହି ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ହେଉଛି। ଲକ୍‌ଡାଉନ୍ ଯୋଗୁ ଦର୍ଶକଙ୍କ ଦାବି ପରେ ‘ଦୂରଦର୍ଶନ’ରେ ଏହାର ପୁନଃପ୍ରସାରଣ ହେଉଛି। ଏହି ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରି ସେତେବେଳେ ବହୁ ପ୍ରଶଂସା ସାଉଁଟି ଥିଲେ ଦୀପିକା। ତେବେ ଯଦି ସବୁ ଠିକ୍‌ଠାକ୍ ରହେ, ତା’ହେଲେ ତାଙ୍କୁ ଖୁବ୍‌ଣୀଘ୍ର ଏକ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଏକ ବାୟୋପିକ୍ ହେବ, ଯାହା ବିଶିଷ୍ଟ କବି, ନାରୀନେତ୍ରୀ ତଥା ଭାରତର ’କୋକିଳ’ ଭାବେ ପରିଚିତ ସରୋଜିନୀ ନାଇଡୁଙ୍କ ଜୀବନୀ ଉପରେ ତିଆରି ହେବ। ଆଉ ଏଥିରେ ସରୋଜିନୀ ନାଇଡୁଙ୍କ ଚରିତ୍ରରେ ଦୀପିକା ଅଭିନୟ କରିବେ। ସେ ନିଜେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ତାଙ୍କୁ ସରୋଜିନୀ ନାଇଡୁଙ୍କ ବାୟୋପିକ୍‌ରେ କାମ କରିବାକୁ ଅଫର୍ ମିଳିଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଫିଲ୍ମ ସାଇନ୍ କରି ନାହାନ୍ତି। ଫିଲ୍ମଟିର କାହାଣୀ ଲେଖିଛନ୍ତି ଧୀରଜ ମିଶ୍ରା। ସେ ବି ଏହାର ନିର୍ଦ୍ଦେଶନା ଦେବେ। ଲକ୍‌ଡାଉନ୍ ଯୋଗୁ ଧୀରଜ ତାଙ୍କୁ କାହାଣୀଟି ଶୁଣାଇପାରି ନାହାନ୍ତି। ଯଦି ସବୁ କିଛି ଠିକ୍‌ ରହେ, ତା’ହେଲେ ସେ ଏ ଫିଲ୍ମ କରିବେ ବୋଲି ଚିନ୍ତା କରୁଛନ୍ତି।



from Odisha Reporter https://ift.tt/3bKsQ0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages