ନୂଆଦିଲ୍ଲୀ: କରୋନା ଭଳି ମହାମାରୀର ସାମ୍ନା କରିବା ପାଇଁ ଭାରତକୁ ସହଯୋଗ କରିବ ବିଶ୍ୱବ୍ୟାଙ୍କ। ଦେଶର ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ ସହଯୋଗର ହାତ ବଢ଼ାଇବ ବିଶ୍ୱ ବ୍ୟାଙ୍କ। ଭାରତକୁ ପାଖାପାଖି ୧ ବିଲିଅନ (୭୫୦୦ କୋଟି) ଟଙ୍କାର ଆର୍ଥିକ ସହଯୋଗ କରିପାରେ ବିଶ୍ୱବ୍ୟାଙ୍କ।
ବିଶ୍ୱବ୍ୟାଙ୍କ ଏଥିପାଇଁ ୪ ବର୍ଷିଆ ରୋଡମ୍ୟାପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ଚାରି ବର୍ଷରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ। ମହାମାରୀ ଭଳି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟାବସ୍ଥାର ବିକାଶ କରିବେ ସରକାର। କାରଣ ଆଗାମୀ ଦିନରେ ମଧ୍ୟ କରୋନା ଫେରିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୭ ଛୁଇଁଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୨୪। ୩୫ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି।
from Odisha Reporter https://ift.tt/3bMYRFv
No comments:
Post a Comment