ଓଡ଼ିଶାକୁ ବିଳମ୍ୱରେ ଆସିବ ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ଓଡ଼ିଶାକୁ ବିଳମ୍ୱରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି।

 

ପ୍ରେସମିଟରେ ବିଭାଗୀୟ ସଚିବ ମାଧବନ ରାଜୀବନ କହିଛନ୍ତି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନଠାରୁ ୩/୪ ଦିନ ବିଳମ୍ବରେ ଆସିବ ମୌସୁମୀ। କେରଳରେ ପୂର୍ବ ନିର୍ଦ୍ଧାରତ ଜୁନ ୧ରେ ପହଞ୍ଚିବ ମୌସୁମୀ। ଓଡ଼ିଶାକୁ ଜୁନ୍ ୯/୧୦ ବଦଳରେ ୧୩ ସୁଦ୍ଧା ପହଞ୍ଚିବାର ସମ୍ଭାବନା ରହିଛି। ଓଡ଼ିଶା ସହ ଉତ୍ତର ଭାରତକୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ଜଣାପଡ଼ିଛି। ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ମୌସୁମୀ ଆସିବ ବୋଲି ସୂଚନା ରହିଛି। ୧୫ ଜୁଲାଇ ବଦଳରେ ଜୁଲାଇ ୮ରେ ଉତ୍ତର-ପୂର୍ବାଞ୍ଚଳ ଛୁଇଁବ ମୌସୁମୀ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2RHpQdY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages