ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼ୁଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ୁଛି। ଏପରି ସ୍ଥିତିରେ ଡାଇବେଟିସ୍ରେ ପୀଡିଡ଼ ଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ଏମାନେ ଖୁବ୍ଶୀଘ୍ର ଯେକୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥା’ନ୍ତି। କରୋନାରେ ଏଯାବତ ଆମେରିକାରେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁ ସାରିଲାଣି। ଏଠାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଡାଇବେଟିସ୍ ଓ ହୃଦ୍ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି।
ଡାକ୍ତରମାନଙ୍କ କହିବା ଅନୁଯାୟୀ, ଅଣ୍ଡରଲାଇଙ୍ଗ ମେଡିକାଲ୍ କଣ୍ଡିସନ୍ (ଡାଇବେଟିସ୍ ଓ ହୃଦ୍ରୋଗ)ର ଲୋକେ ନିୟମିତ ଔଷଧ ସେବନ କରୁଥିବା ଯୋଗୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଏଭଳି ସ୍ଥିତିରେ ଯଦି ଏହି ଲୋକମାନେ କୌଣସି ପ୍ରକାର ସଂକ୍ରମଣର ଶିକାର ହୁଅନ୍ତି, ତା’ହେଲେ ଅବସ୍ଥା ଗମ୍ଭୀର ହୋଇପାରେ। ସେଥିପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ବର୍ତ୍ତମାନ ସମୟରେ ଏଭଳି ରୋଗୀମାନେ ଅଧିକ ସତର୍କ ରହିବା ଜରୁରୀ ବୋଲି ପରାମର୍ଶ ଦେବା ସହିତ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମଧ୍ୟ ଉପାୟ ବତାଇଛି। ତା’ହେଲେ ମନ୍ତ୍ରଣାଳୟ ପକ୍ଷରୁ କ’ଣ କୁହାଯାଇଛି, ପଢ଼ନ୍ତୁ।
- ଅଣ୍ଡରଲାଇଙ୍ଗ ମେଡିକାଲ୍ କଣ୍ଡିସନ୍ (ଡାଇବେଟିସ୍ ଓ ହୃଦ୍ରୋଗ)ର ରୋଗୀମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ସମସ୍ତ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ।
- ଯେଉଁ ସବୁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ, ସେଗୁଡ଼ିକୁ ଖା’ନ୍ତୁ।
- ସିଗାରେଟ୍ ଟାଣନ୍ତୁ ନାହିଁ।
- ସୁଗାର୍ ଫ୍ରୀ ଚ୍ୟବନପ୍ରାସ୍ ଖା’ନ୍ତୁ।
from Odisha Reporter https://ift.tt/3aa7qsv
No comments:
Post a Comment