ରାଉରକେଲା ନାଲାରୋଡ୍ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ରାଉରକେଲା ନାଲାରୋଡ୍ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଜିଲ୍ଲାର ଷଷ୍ଠ ପଜିଟିଭ ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲାରୋଡର ବାସିନ୍ଦା। ତେଣୁ ନାଲାରୋଡ୍ ଓ ତତ୍ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ରାଉରକେଲା ମହାନଗର ନିଗମ କମିଶନରଙ୍କ ଆଦେଶ କ୍ରମେ ରାଉରକେଲା ସହରର ଜନତା ନିବାସ ଲେନ୍‌ ଠାରୁ ମହତାବ ରୋଡ୍, ମେନ୍‌ ରୋଡ୍‌ର ମଧ୍ୟଭାଗ, ଜନତା ନିବାସ ଲେନ୍ ଏବଂ ଏଗ୍ ଓ ଭେଜିଟେବଲ୍ ଲେନ୍‌, ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ଠାରୁ ରେଲୱେ ଲାଇନ୍ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍ ଠାରୁ ରିଙ୍ଗ୍ ରୋଡ୍, ଆନନ୍ଦ ଭବନ ଲେନ୍ ଠାରୁ ବିଗ୍ ବଜାର ଓ ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ୍ ସ୍ପର୍ଶ କରୁଥିବା ବିଗ୍ ବଜାର ପାର୍ଶ୍ୱ ଲେନ୍‌କୁ କଣ୍ଚେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନ୍‌ମେଣ୍ଟ ଜୋନ୍‌ ସଂଲଗ୍ନ କିଛି ଅଞ୍ଚଳକୁ ବଫର୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ପାୱାର ହାଉସ୍‌ ରୋଡ୍‌ ଠାରୁ ରିଙ୍ଗ୍ ରୋଡ୍‌, ତେଲୁଗୁପଡ଼ା ନିକଟ ରେଲୱେ ଲାଇନ୍‌ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ୍, ପାୱାର ହାଉସ ରୋଡ୍ ଏବଂ ଲାଲ୍ ବିଲ୍ଡିଂ ରୋଡ୍ ଠାରୁ ରେଲୱେ ଲାଇନ୍‌କୁ ସ୍ପର୍ଶ କରୁଥିବା ମେନ୍ ରୋଡ୍‌, ମଧୁସୂଦନ ମାର୍ଗରୁ ରିଙ୍ଗ୍‌ ରୋଡ୍‌, ମଧୁସୁଦନ ଛକ ଓ ରାଉରକେଲା ରେଲୱେ ଷ୍ଟେସନର ପ୍ରସ୍ଥାନ ଗେଟ୍ ଅଞ୍ଚଳ।

କଣ୍ଚେନ୍‌ମେଣ୍ଟ ଜୋନ୍‌ରେ ଏହି ସମୟରେ ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିବ। ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।

ସୂଚନାଯୋଗ୍ୟ, ଜିଲ୍ଲାର ୪ ନମ୍ୱର ଆକ୍ରାନ୍ତ ଜଣେ ୬୭ ବର୍ଷୀୟା ମହିଳା ହୋଇଥିବା ବେଳେ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷୀୟ ଯୁବକ। ଉଭୟଙ୍କ ଘର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଗୁଡଗୁଡଜୋରେ। ସେମାନେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତ ବିଶ୍ରା ଅଞ୍ଚଳର ହୋଇଥିବାରୁ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ୍‌କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ସହିତ ଷଷ୍ଠ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।



from Odisha Reporter https://ift.tt/2S8l9di

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages