ଧୋନିଙ୍କ ପାଇଁ ଲଣ୍ଡା ହେଲେ କପିଲ୍ ଦେବ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଧୋନିଙ୍କ ପାଇଁ ଲଣ୍ଡା ହେଲେ କପିଲ୍ ଦେବ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ କିଛି ହେବ ନୂଆ ଲୁକରେ ନଜର ଆସୁଛନ୍ତି। ଲକଡାଉନରେ ଘରେ ଥିବା କପିଲ୍ ଦେବ ନିଜକୁ ସମ୍ପୂର୍ଣ୍ଣ ଲଣ୍ଡା କରିଛନ୍ତି। ସୋଶାଲ ମିଡିଆରେ କପିଲଙ୍କ ଏହି ନୂଆ ଲୁକକୁ ଖୁବ୍ ପସନ୍ଦ କରାଯାଉଛି। କିଛି ପ୍ରଶଂସକ କପିଲଙ୍କ ଏହି ଲୁକକୁ ଭିଭିଆନ୍ ରିଚାର୍ଡ୍ସ ଓ ସୟଦ କିରମାନୀଙ୍କ ସହ ମଧ୍ୟ ତୁଳନା କରିଛନ୍ତି। କିନ୍ତୁ କପିଲ୍‌ କାହିଁକି ଲଣ୍ଡା ହେଲେ ଏବଂ ତାଙ୍କ ଲଣ୍ଡା ହେବା ପଛର କାରଣ କ’ଣ, ତାହାର ଖୁଲାସା ଖୋଦ୍ କପିଲ୍ କରିଛନ୍ତି। କପିଲଙ୍କ ଲଣ୍ଡା ହେବା ପଛରେ ଆଉ କେହି ନାହାନ୍ତି ବରଂ ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହିଁ ଅଛନ୍ତି। କେବଳ ଧୋନି ନୁହନ୍ତି ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରିଚାର୍ଡ୍ସଙ୍କଠାରୁ ପ୍ରେରଣା ପାଇ କପିଲ୍ ଏହି ଲୁକ୍ ରଖିଥିବା କହିଛନ୍ତି।

କପିଲ୍ କହିଛନ୍ତି, ଇନଷ୍ଟାଗ୍ରାମରେ ମୁଁ ଭିଭିଆନ୍ ରିଚାର୍ଡ୍ସଙ୍କ ଲୁକକୁ ଦେଖିଥିଲି। ସେ ମୋ ହିରୋ, ତେଣୁ ମୁଁ ଭାବିଲି କାହିଁକି ତାଙ୍କୁ ଅନୁସରଣ ନକରିବି। ତା’ ଛଡ଼ା ଧୋନି ମଧ୍ୟ ମୋ ଆଦର୍ଶ। ୨୦୦୧ ବିଶ୍ୱକପ୍ ଜିତିବା ପରେ ଧୋନି ମଧ୍ୟ ଲଣ୍ଡା ହୋଇଥିଲେ। ତେଣୁ ମୁଁ ମଧ୍ୟ ଦିନେ ଏଭଳି କରିବାକୁ ଆଶା ବାନ୍ଧିଥିଲି। ଏବେ ସେହି ସୁଯୋଗ ପାଇଥିବାରୁ ମୁଁ ଲଣ୍ଡା ହେଲି ବୋଲି କପିଲ୍ କହିଛନ୍ତି।

ଭାରତକୁ ୨ୟଥର ବିଶ୍ୱକପ୍ ଜିତାଇବା ପରେ ଧୋନି ନିଜ ହେୟାରଷ୍ଟାଇଲକୁ ଜିରୋ କଟ୍ କରିଥିଲେ। ଏହା ପୂର୍ବରୁ ଧୋନିଙ୍କର ଲମ୍ବା ଚୁଟି ଥିଲା, ଯେଉଁଥିପାଇଁ ତାଙ୍କର ଖାସ୍ ପରିଚୟ ମିଳିଥିଲା। ଧୋନି ହୁଏତ ଥରେ ଏହି ହେୟାରକଟ୍ ରଖିଥିଲେ, କିନ୍ତୁ ଟିମ୍ ଇଣ୍ଡିଆର ଗବର୍ ଭାବେ ପରିଚିତ ଶିଖର ଧୱନ୍ କିଛି ବର୍ଷ ହେବ ଜିରୋ ହେୟାରଷ୍ଟାଇଲରେ ନଜର ଆସୁଛନ୍ତି।



from Odisha Reporter https://ift.tt/2S85fj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages