କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି।

ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା। ସେ ରାଜନଗର ଅଞ୍ଚଳର ବାସିନ୍ଦା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ, ଏହି ମହିଳା ଜଣଙ୍କ ବାହାର ରାଜ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ତେବେ ସ୍ୱାବ ନମୁନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ଜିଲ୍ଲାପାଳ କହିଛନ୍ତି ଯେ ଏହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କ ସ୍ୱାବ୍ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତା’ସହିତ ଏହି ମହିଳାଙ୍କ ଗାଁ ଓ ପାଖରେ ଥିବା ଆଉ ଏକ ଗାଁକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଉଛି। ତେବେ କେହି ଭୟଭୀତ ନହେବା ପାଇଁ ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି। ସେଠାକାର ଜିଲ୍ଲା ପ୍ରଶାସନ ଏ ବିଷୟରେ ସୂଚନା ଦେଇଛନ୍ତି। ସେମାନେ ଜିଲ୍ଲାର ବିଶ୍ରା ଅଞ୍ଚଳର। ଏହି ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳର ୫ଟି ସ୍ଥାନ ସିଲ୍ କରାଯାଇଛି। ଜିଲ୍ଲାର ଚିହ୍ନଟ ଏହି ଦୁଇ ରୋଗୀ ହାଇଟେକ୍ ହସ୍ପିଟାଲ୍‌ରେ ଖୋଲାଯାଇଥିବା କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତିରେ ଏହି ୪ଟି ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଯାଇଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୪୧ଟି ଆକ୍ଟିଭ କେସ୍ ଅଛି। ଅର୍ଥାତ୍ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ସେମାନଙ୍କ ଚିକିତ୍ସା ଚାଲିଛି।



from Odisha Reporter https://ift.tt/3eezYEq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages