ଢେଙ୍କାନାଳ/ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ଖଲିବୋରେଇରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପଙ୍କଜ ସାମଲ। ତାଙ୍କ ଘର ଗୋବିନ୍ଦପୁର ଗାଁରେ ବୋଲି ସୂଚନା ମିଳିଛି। ସେ ବିଲକୁ ଚାଷ କାମ ପାଇଁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।
ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ଜିଲ୍ଲାର ଉଲୁଣ୍ଡା ରେଞ୍ଜର ଚନ୍ଦଲୀ ସଂରକ୍ଷିତ ଜଙ୍ଗଲରେ ଏହି ମୃତଦେହ ଠାବ କରାଯାଇଛି। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହାତୀଟିର ମୃତ୍ୟୁର କାରଣ ବିଷୟରେ କିଛି ଜଣାପଡ଼ିନି।
from Odisha Reporter https://ift.tt/2RtzQaq
No comments:
Post a Comment