ନାରାୟଣପାଟଣା(ପି.ଗୋବିନ୍ଦ ରାଜୁ ସୁବୁଦ୍ଧି): କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ତଳରଙ୍ଗପାଣି ଗାଁରେ ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି।
ଗତକାଲି ଗାଁର କାଳିଆ ହୁଲକାଙ୍କ ପତ୍ନୀ ମାଗେ ହୁଲକାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ପାରି ନଥିଲା। ଫଳରେ ଆମ୍ୱୁଲାନ୍ସ ଗାଁଠୁ ସାଢ଼େ ୩ କିମି ଦୂର ନାଲକୋ ହିଲଟଫ୍ ମାଇନ୍ସ ନିକଟରେ ଅଟକି ରହିଥିଲା।
ଏହାପରେ ମାଗେଙ୍କୁ ତାଙ୍କ ପରିବାର ଲୋକେ ଏକ ଭାରରେ ବୋହି ବୋହି ଆମ୍ୱୁଲାନ୍ସ ଥିବା ସ୍ଥାନକୁ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ୱୁଲାନ୍ସରେ ମାତାଲପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।
from Odisha Reporter https://ift.tt/3cyp5Mn
No comments:
Post a Comment