ଏହି ଦେଶରେ କୋହଳ ହେବାକୁ ଯାଉଛି ଲକଡାଉନ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଏହି ଦେଶରେ କୋହଳ ହେବାକୁ ଯାଉଛି ଲକଡାଉନ ନିୟମ

ବର୍ଲିନ: ମହାମାରୀ କରୋନା ଯୋଗୁ ଜର୍ମାନୀରେ ଲାଗୁ ହୋଇଥିବା କଠୋର ଲକଡାଉନ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସପ୍ତାହଠାରୁ କିଛି ସ୍ଥାନରେ ନିୟମ କୋହଳ କରାଯିବ ବୋଲି ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲ ସୂଚନା ଦେଇଛନ୍ତି।

ଜର୍ମାନୀର କରୋନା ସ୍ଥିତି ଉପରେ ଦେଶର ୧୬ଟି ଫେଡରାଲ ଷ୍ଟେଟ୍ସର ନେତାଙ୍କ ସହ ଆଲୋଚନା କରିବା ପରେ ସେ କହିଛନ୍ତି, ୮୦୦ ସ୍କୋୟେରା ମିଟର ଯାଏ ଦୋକାନ ଓ ବଜାର ଗୁଡ଼ିକୁ ଖୋଲାଯିବ। ଦୋକାନ ଖୋଲା ଗଲେ ମଧ୍ୟ ସବୁଠାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ।

ସେହିପରି ଲୋକମାନେ କିଣାକିଣି କରିବାକୁ ବାହାରକୁ ବାହିବା ବେଳେ କିମ୍ବା ସାଧାରଣ ପରିବହନ ବ୍ୟବହାର କରିବା ବେଳେ ମାସ୍କ ପରିଧାନ କରିବାକୁ ବାଧ୍ୟ। ମେ’ ୩ ତାରିଖ ଯାଏ ସବୁଆଡ଼େ ପୂର୍ବଭଳି ସାମାଜିକ ଦୂରତ୍ୱ ନିୟମ ଲାଗୁ ହେବ। ମେ’ ୩ ପରେ ସ୍କୁଲଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଖୋଲାଯିବା। ଶିକ୍ଷାର୍ଥୀମାନେ କେମିତି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ, ତା’କୁ ହିଁ ଗୁରୁତ୍ୱ ଦିଆଯିବ।

ଅନ୍ୟପକ୍ଷରେ କଟକଣା କୋହଳ କରାଯାଉଥିଲେ ହେଁ ଅଗଷ୍ଟ ୩୧ ଯାଏ ଦେଶରେ ବଡ଼ ଧରଣର କୌଣସି ଜନସମାବେଶ ବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ଅନିର୍ଦ୍ଦିଷ୍ଟ କାଳ ଯାଏ ରେଷ୍ଟୁରାଣ୍ଟ, ବାର, ଜିମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ଅଗଷ୍ଟ ୩୧ ଯାଏ କୌଣସି ପ୍ରକାରର କ୍ରୀଡ଼ା, ଉତ୍ସବ ଓ ସମାବେଶ ହୋଇପାରିବ ନାହିଁ।

ଜର୍ମାନୀରେ କରୋନା ଯୋଗୁ ୩ ହଜାର ୫୯୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୩୨, ୭୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଜର୍ମାନୀରେ ଶଟଡାଉନ ଯୋଗୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ ସୁଧାରିବା ପାଇଁ ସରକାର କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2XCR6xW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages