ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଏବେ ସମଗ୍ର ରାଜ୍ୟରେ ଲକ୍ଡାଉନ ଚାଲିଛି l ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି l ହେଲେ ଏହି ସମସ୍ୟାର ସମାଧାନ ନିମନ୍ତେ ଖୋର୍ଦ୍ଧା ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି l ଏଣିକି ହ୍ୱାଟସ୍ଆପ୍ ଜରିଆରେ ପାଠ ପଢ଼ିବେ ଜିଲ୍ଲାର ଛାତ୍ରଛାତ୍ରୀ।
‘ଶିକ୍ଷା ସଂଯୋଗ’ ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲରେ ଏହି ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ ହେବ। ଏନେଇ ଜିଲ୍ଲାର ସବୁ ବିଇଓ ଏବଂ ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ।
ସବୁ ଶ୍ରେଣୀ ପାଇଁ ଯେପରି ହ୍ୱାଟସଆପରେ ଏକ ଗ୍ରୁପ କରାଯାଇପାରିବ, ସେଥିପାଇଁ ଚିଠି ଜରିଆରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଦୀକ୍ଷା ମୋବାଇଲ୍ ଆପ୍, ଉଜ୍ଜଳା ଏବଂ ଉତଥାନ୍-ଓଡ଼ିଶା ଡାଉନଲୋଡ୍ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଆସନ୍ତା ୧୯ ତାରିଖରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ପଦ୍ଧତିରେ ଅନ୍ଲାଇନ ଶିକ୍ଷାଦାନ ଜାରି ରଖିବାକୁ ସମସ୍ତ ବିଇଓ ଏବଂ ସ୍କୁଲର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter https://ift.tt/2REFjeC
No comments:
Post a Comment