କରୋନା ସ୍ଥିତି କେମିତି ସ୍ୱାଭାବିକ ହେବ? ଉପାୟ କହିଲେ ଜାତିସଂଘ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

କରୋନା ସ୍ଥିତି କେମିତି ସ୍ୱାଭାବିକ ହେବ? ଉପାୟ କହିଲେ ଜାତିସଂଘ ମୁଖ୍ୟ

ମିଳିତ ଜାତିସଂଘ: ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ୟୁରୋପଠାରୁ ଆରମ୍ଭ କରି ଆମେରିକା ଓ ସାଉଦିରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ କେହି ବି କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି। ଡିସେମ୍ବର ମାସରେ ଚାଇନାରୁ ପ୍ରଥମେ ସୃଷ୍ଟି ହୋଇଥିବା ଏହି କିଲର ଭାଇରସ ବର୍ତ୍ତମାନ ସୁଦ୍ଧା ୨୧୦ ଦେଶକୁ କବଳିତ କରିଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ନିକଟବର୍ତ୍ତୀ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୩୪,୬୧୧ ରହିଛି। ଦିନକୁ ଦିନ କରୋନା ଆଗକୁ ବଢ଼ୁଛି ସିନା ଥମିବାର ନାଁ ଧରୁନି। କରୋନା ସ୍ଥିତି କେବେ ସ୍ୱାଭାବିକ ହେବ, ସେକଥା ମଧ୍ୟ କେହି ବି କହିପାରୁନାହାନ୍ତି।

ସମସ୍ତେ କହୁଛନ୍ତି, ସାମାଜିକ ଦୂରତା ହିଁ ଏହାର ସଂକ୍ରମଣ ଚେନକୁ ଭାଙ୍ଗିଦେବ। ଏସବୁ ଭିତରେ କରୋନା ସ୍ଥିତି କେମିତି ସ୍ୱାଭାବିକ ହେବ, ସେକଥା କହିଛନ୍ତି, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ।

ସେ କହିଛନ୍ତି, “କେବଳ କରୋନା ଭ୍ୟାକସିନ ହିଁ ବିଶ୍ୱର ସ୍ଥିତିକୁ ସ୍ୱାଭାବିକ କରିପାରିବ। ଏହା ଛଡ଼ା ଆଉ କୌଣସି ଉପାୟ ଦ୍ୱାରା କରୋନାକୁ ମାତ ଦେଇ ହେବନାହିଁ। ହଁ ସାମାଜିକ ଦୂରତା ଦ୍ୱାରା ଆମେ ଏହାକୁ ନିୟନ୍ତ୍ରଣ କରିପାରିବା। ହେଲେ ଏହାକୁ ସଂପୂର୍ଣ୍ଣ ରୂପେ ମାତ ଦେବାକୁ ହେଲେ ଆମକୁ ଭ୍ୟାକସିନ ବାହାର କରିବାକୁ ପଡ଼ିବ।”

କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେହିପରି ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଯାଇଛି। ସାରା ବିଶ୍ୱ କରୋନା ଯୋଗୁ ଏକ ପ୍ରକାରର ଠପ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୁଟେରସ କହିଛନ୍ତି, ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ଭ୍ୟାକସିନ ହିଁ ବିଶ୍ୱକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବ। ଏଥିସହ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିବା ସହ କ୍ଷତି ହେଉଥିବା ବିଲିୟନ ବିଲିୟନ ଡଲାରକୁ ଅଟକାଇ ପାରିବ। ଆମ ସମସ୍ତଙ୍କୁ ଏକାଠି ହୋଇ କରୋନା ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ସମସ୍ତ ସ୍ୱାର୍ଥ ଓ ବ୍ୟକ୍ତିଗତ ଫାଇଦାକୁ ଭୁଲି କରୋନା ଭାଇରସକୁ ମାତ ଦେଇପାରୁଥିବା ଭ୍ୟାକସିନକୁ ଆମକୁ ୨୦୨୦ ଶେଷ ସୁଦ୍ଧା ବାହାର କରିବାକୁ ହେବ।  ଏଥିପାଇଁ ସବୁ ଦେଶ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/3eoLE7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages