ଓ୍ୱାଶିଂଟନ: ଆମେରିକାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାର ନା ନେଉନି। ଗତ ୨୪ ଘଣ୍ଟାରେ ଆମେରିକାରେ ୨୪୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫,୪୦୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ୍ ଉପରେ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୬୫ ଅତିକ୍ରମ କରିଥିବା ବେଳେ ୫୯,୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୮୩୪, ୨୬୧ ଜଣ କରୋନାରେ ଚିକିତ୍ସାଧୀନ ଥିବା ବେଳେ ୧୫,୨୯୮ ଜଣ ଗୁରୁତର ରହିଛନ୍ତି। ସେହିପରି ୧୪୨, ୨୩୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ଏବେ ଆମେରିକା ଲକଡାଉନ ରହିଛି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କୁଲ୍ ଖୋଲିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ଦେଶର ସମସ୍ତ ରାଜ୍ୟର ଗଭର୍ଣ୍ଣରଙ୍କୁ ଟ୍ରମ୍ପ ‘ଓପେନ୍ ଆମେରିକା ଏଗେନ’ ନାମକ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ବିଶେଷଜ୍ଞ କହିଛନ୍ତି, ବିନା ବୁଝି ବିଚାରି ସ୍କୁଲ୍ ଖୋଲିଲେ ଆଗାମୀ ଦିନରେ କରୋନାର ଭୟାବହତା ଅଧିକ ଦେଖାଯାଇପାରେ।
ତେବେ ଟ୍ରମ୍ପଙ୍କ ଏଭଳି ପ୍ରସ୍ତାବକୁ କିଛି ରାଜ୍ୟର ଗଭର୍ଣ୍ଣର ବିରୋଧ କରିଛନ୍ତି। ଆମେରିକାରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କ ଏବଂ ନ୍ୟୁଜର୍ସି। ଏଠିକାର ଗଭର୍ଣ୍ଣର କହିଛନ୍ତି, ସ୍କୁଲ ଖୋଲିବା ନେଇ ଏବେ ଚିନ୍ତା କରାଯାଇନି। ସ୍ଥିତି ସ୍ୱାଭାବିକ ନହେବା ଯାଏ ସ୍କୁଲ ଖୋଲିବା ବାବଦରେ ଚିନ୍ତା କରାଯାଉନି ବୋଲି ସେମାନେ ଟ୍ରମ୍ପଙ୍କ ଆଗରେ ଭିଡିଓ କନଫରେନସିଂ ବୈଠକରେ କହିଛନ୍ତି। ସେହିପରି ଅନ୍ୟାନ୍ୟ ରାଜ୍ୟର ଗଭର୍ଣ୍ଣର ମଧ୍ୟ ଟ୍ରମ୍ପଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ବାବଦରେ କିଛି ପ୍ରତିକ୍ରିୟା ରଖି ନାହାନ୍ତି।
from Odisha Reporter https://ift.tt/2SiwGqn
No comments:
Post a Comment