ଭଦ୍ରକ(ପାର୍ଥ ସାରଥୀ ନାୟକ): ଲକ୍ଡାଉନ୍ କଟକଣାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଲକ୍ଡାଉନ୍ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କୋହଳ କରାଯାଇଛି ।
କଟକଣା ଅବଧି ସମୟରେ ଇଲେକ୍ଟ୍ରିସିଆନ, ଆଇଟି ରିପାୟାର, ପ୍ଲମ୍ବର, ମୋଟର ମେକାନିକମାନଙ୍କୁ ହୋମ୍ ସର୍ଭିସ ସେବା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁଠି ହୋମ୍ ସର୍ଭିସ୍ ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ।
ସେହିଭଳି ଜିଲ୍ଲାରେ ନିର୍ମାଣ ଉପକରଣ ଷ୍ଟୋର, ଆଉଟଲେଟ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଭଦ୍ରକ ପୌରାଞ୍ଚଳରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ବାସୁଦେବପୁର, ଚାନ୍ଦବାଲି, ଧାମନଗରରେ କିନ୍ତୁ ସକାଳ ୬ରୁ ଦିନ ୧ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍ କ୍ଷେତ୍ରରେ କିନ୍ତୁ ଏହି ସେବା ଉପରେ ପ୍ରତିବନ୍ଧକ ଲାଗିଛି।
from Odisha Reporter https://ift.tt/2KJBQYA
No comments:
Post a Comment