ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ , ୧୧୮ରେ ପହଞ୍ଚିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ , ୧୧୮ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି।  ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ରୁ ଓ ଭଦ୍ରକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି ସୂଚନା ଦିଆଯାଇଛି । ଭଦ୍ରକର ୩  ଆକ୍ରାନ୍ତଙ୍କ  ସମ୍ପର୍କରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ୩ ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର ୨ ଜଣ ଓ ବନ୍ତ ବ୍ଲକରୁ ଜଣେ
ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଆକ୍ରାନ୍ତ ପୁରୁଷ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି।   ତେବେ ସୁନ୍ଦରଗଡ଼ରୁ ଚିହ୍ନଟ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ଜଣାପଡ଼ି ନାହିଁ।  ପୂର୍ବରୁ ଥିବା କଣ୍ଟେନମେଣ୍ଟ ଜୋନ ଅଞ୍ଚଳର ନା ନୂତନ ଅଞ୍ଚଳରୁ ଏହି ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କିଛି ଦିନ ହେବ ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାର କେଉଁ ଷ୍ଟାଟେଜି ଆପଣାଉଛନ୍ତି, ତାହା ଆଗକୁ ଜଣାପଡ଼ିବ।

ଗତକାଲି ଗୋଟିଏ ଦିନରେ ୮ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ ବାଲେଶ୍ୱରରେ ୬ ଜଣ, କୋରାପୁଟ ଓ ଯାଜପୁରରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। କୋରାପୁଟ୍‌ ଆକ୍ରାନ୍ତଜଣକ ପୁରୁଷ ଷ୍ଟାଫ୍‌ନର୍ସ ହୋଇଥିବା ବେଳେ  ତାଙ୍କର କୋଲକାତା ଲିଙ୍କ ରହିଥିବା ଜଣାଯାଇଛି। ଠିକ୍‌ ସେହିପରି ବାଲେଶ୍ୱର ଓ ଯାଜପୁର ‘କରୋନା’ ଆକ୍ରାନ୍ତଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏବେ ସମସ୍ତଙ୍କୁ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

‘କରୋନା’ରେ ଆଜି ସୁଦ୍ଧା ୧୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା   ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ ‘କରୋନା’ ଆକ୍ରାନ୍ତ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ନୂଆ ୭ ପଜିଟିଭଙ୍କୁ କେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି କି ନାହିଁ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ।

ପଶ୍ଚିମବଙ୍ଗ ଫେରନ୍ତା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ଥିବା ଦେଖିବାକୁ ମିଳୁଛି। ତେବେ ଖୁବ୍‌ଶୀଘ୍ର ସେମାନଙ୍କୁ ଚିହ୍ନଟ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/3eXUWrG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages