ଚେନ୍ନାଇ: କରୋନା ପରି ମହାମାରୀର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଥିନିମନ୍ତେ ସୀମାରେ ଦିନରାତି ଯବାନମାନେ ପହରା ଦେଉଛନ୍ତି। ଏହାକୁ ଖାତିର ନ କରି ବହୁ ଲୋକ ବାହାର ରାଜ୍ୟରୁ ପଶି ଆସୁଥିବାରୁ ସେମାନଙ୍କୁ ରୋକିବାକୁ କଠୋର ପଦକ୍ଷେପ ନେଇଛନ୍ତି ତାମିଲନାଡ଼ୁ ସରକାର।
ଏଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏଠାରେ ରାସ୍ତ ଉପରେ ନିର୍ମାଣ ଚାଲିଛି ପାଚେରୀ । ତାମିଲନାଡୁ-ଆନ୍ଧ୍ରପ୍ରଦେଶ ବର୍ଡରରେ ଏହି ପାଚେରୀ ନିର୍ମାଣ କରାଯାଇଛି । ଭାରିଯାନ ଚଳପ୍ରଚଳ ଉପରେ ରୋକ ଲଗାଇବା ଏବଂ ପଡ଼ୋଶୀ ରାଜ୍ୟରୁ କରୋନା କଟକଣା ନ ମାନି ଆସୁଥିବା ଶ୍ରମିକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ତାମିଲନାଡୁ ଭେଲର ପୋନାଇଠାରେ ଏହି ପ୍ରାଚୀର ନିର୍ମାଣ କରାଯାଉଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇନାଗୁଣ୍ଟା ଏବଂ ପୋନାଇରେ ପାଚେରୀ ନିର୍ମାଣ ଚାଲିଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ନିୟୋଜିତ ଭାରି ଯାନଗୁଡ଼ିକ ଅନ୍ୟ ଚେକ୍ ପୋଷ୍ଟ ଦେଇ ଯିବା ପାଇଁ କୁହାଯାଇଛି ।
from Odisha Reporter https://ift.tt/2KFWaKo
No comments:
Post a Comment