ନୂଆଦିଲ୍ଲୀ: ଏପ୍ରିଲ ୧୫ରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍। ମେ ୩ରେ ଶେଷ ହେବାକୁ ଥିବା ଏହି ୧୮ ଦିନିଆ ଲକଡାଉନର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ନୂଆ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଖାଇବା-ପିଇବା ଦୋକାନ ଖୋଲା ରହିବ। ଏହାସହିତ ଗ୍ରାମାଞ୍ଚଳରେ ଥିବା ସମସ୍ତ ଶିଳ୍ପ କଳ-କାରାଖାନା ଖୋଲା ରହିବ। ଏହାବାଦ ମନରେଗା କାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ଜଳ ସଂରକ୍ଷଣ ଏବଂ ସିଞ୍ଚନ କାର୍ଯ୍ୟ ଆଦି କରିହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।
ତେବେ ଏହି ସମୟରେ ରେଳ, ବିମାନ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ଶିବିର, ହସ୍ପିଟାଲିଟି ସର୍ଭିସେସ, ସିନେମା ହଲ୍, ବସ ପରିବହନ, ଆନ୍ତଃ ରାଜ୍ୟ ପରିବହନ ସେବା ଆଦି ପୂର୍ବଭଳି ଲକଡାଉନ୍ ନଉଠିବା ଯାଏ ବନ୍ଦ ରହିବ। ଲୋକମାନେ ବାହାରକୁ ଆସିବା ବେଳେ ପୂର୍ବଭଳି ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ଗାଇଡଲାଇନରେ କୁହାଯାଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲା କେନ୍ଦ୍ର। ଏପ୍ରିଲ ୧୪ରେ ପ୍ରଥମ ପର୍ଯ୍ୟାୟର ୨୧ ଦିନିଆ ଲକଡାଉନ ଅବଧି ଶେଷ ହୋଇଛି। ହେଲେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
from Odisha Reporter https://ift.tt/2yZFNFH
No comments:
Post a Comment