‘କରୋନାରେ ଆକ୍ରାନ୍ତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 14, 2020

‘କରୋନାରେ ଆକ୍ରାନ୍ତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ’

ନୂଆଦିଲ୍ଲୀ: ଚାଇନାର ଉହାନରୁ ବ୍ୟାପିଥିବା କରୋନା ଭାଇରସ ଏବେ ଆହୁରି ବ୍ୟାପୁଛି। ୨୧୦ଟି ଦେଶକୁ ଏହି ଭାଇରସ ସଂକ୍ରମିତ ହୋଇଛି। ପ୍ରଭାବଶାଳୀ ନେତାଙ୍କଠୁ ସାଧାରଣ ଲୋକମାନେ ଏହି ଭାଇରସର ଶିକାର ହୋଇଛନ୍ତି। ଏବେ ଏହି ଭାଇରସ ଆତଙ୍କବାଦୀ ଶିବିରରେ ମଧ୍ୟ ପ୍ରବେଶ କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଅନେକ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଗୁଇନ୍ଦା ରିପୋର୍ଟ ଏଭଳି ଦେଇଛି ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ ୧୮ ଇଣ୍ଡିଆରେ ଏଭଳି ଖବର ପ୍ରକାଶ ପାଇଛି। ତେଣୁ ଆତଙ୍କବାଦୀ ମାନେ ଏବେ ସୀମାରେ ଅନୁପ୍ରବେଶ କରି ଭାରତରେ ପଶିବାକୁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡ଼ିଛି।

ନ୍ୟୁଜ୍୧୮ ଇଣ୍ଡିଆର ଖବୁର ମୁତାବିକ ଲାହୋରରେ ରହୁଥିବା ଆତଙ୍କବାଦୀ ଶାହିଦ ଏବେ କରୋନାରେ ଆକ୍ରାନ୍ତ। ଅନନ୍ତନାଗରେ ରହୁଥିବା ପରିବାର ଲୋକଙ୍କୁ ଫୋନ୍ କରି ଶାହିଦ ଏଭଳି କହିଛି। ଏବେ ଶାହିଦର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ଜଣାପଡ଼ିଛି। ଶାହିଦ ସହିତ ରହୁଥିବା ଅନ୍ୟ ଆତଙ୍କବାଦୀ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶାହିଦ କିଛି ଦିନ ତଳେ ପରିବାର ଲୋକଙ୍କୁ ଫୋନ୍ କରିଥିଲା। ଏବେ ଆଉ କୌଣସି ଫୋନ୍ କଲ୍ ଆସିନାହିଁ। ତେଣୁ ପରିବାର ଲୋକେ ଶାହିଦର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି।

ଶାହିଦ କରୋନାରେ ଆକ୍ରାନ୍ତ ହେବା ପରେ ପାକିସ୍ତାନ ସରକାରକୁ ଅବଗତ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କୌଣସି ଚିକିତ୍ସା ବ୍ୟବସ୍ଥା କରାଇନଥିବା ଜଣାପଡ଼ିଛି। ଶାହିଦ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ। ଶାହିଦ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟମାନେ ଏବେ ଭୟଭୀତ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/3b5QJzP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages