କର୍ତ୍ତବ୍ୟ ଆଗରେ ସବୁ ପଛ; ନିଜ ବିବାହ ଘୁଞ୍ଚାଇ ଦେଲେ ୨ ମହିଳା ପୁଲିସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

କର୍ତ୍ତବ୍ୟ ଆଗରେ ସବୁ ପଛ; ନିଜ ବିବାହ ଘୁଞ୍ଚାଇ ଦେଲେ ୨ ମହିଳା ପୁଲିସ କର୍ମଚାରୀ

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ବିଶ୍ୱବ୍ୟାପି କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୁଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିର ବିଜୟ ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l

ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା କର୍ମଚାରୀ । କରୋନା ଭଳି ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ସେମାନେ ନିଜ ବିବାହକୁ ସ୍ଥଗିତ ରଖି ଦେଇଛନ୍ତି। ପୁଲିସ ଡିଜି ଅଭୟ ମଧ୍ୟ ସେମାନଙ୍କ ଏପରି ପଦକ୍ଷେପ ପ୍ରଶଂସା କରିବାକୁ ଭୁଲିନାହାନ୍ତି l

 ସୁନ୍ଦରଗ଼ଡ ଜିଲ୍ଲାର ମହିଳା କନଷ୍ଟେବଲ ସୁନୀତା ଅଢା ନିଜ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି।  ସେହିଭଳି ପୂର୍ବରୁ ସ୍ଥିର ହୋଇଥିଲେ ବି ବର୍ତ୍ତମାନ ସମୟରେ କର୍ତ୍ତବ୍ୟ ଆଗ ହୋଇଥିବାରୁ ବିବାହକୁ ବାତିଲ କରିଛନ୍ତି ମହିଳା ହୋମଗାର୍ଡ ତିଳୋତମା ମେହର । ଉଭୟ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ  ଅଛନ୍ତି l

ଆସନ୍ତା ୨୪ ତାରିଖରେ ସୁନୀତାଙ୍କ ବିବାହ ଉତ୍ସବ ଥିବାବେଳେ ଗତ ୧୨ ତାରିଖରେ ହୋମଗାର୍ଡ ତିଳୋତମାଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା l ଉଭୟଙ୍କର ଏଭଳି ନିଷ୍ପତ୍ତି ଲାଗି ଦୁହିଁଙ୍କୁ ପୁଲିସି ଡିଜି ଅଭୟ ପ୍ରଶଂସା କରିଛନ୍ତି।

 



from Odisha Reporter https://ift.tt/3cx2EHd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages