ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ମହିଳାଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ମହିଳାଙ୍କୁ କରୋନା

ନୂଆଦିଲ୍ଲୀ: ମହମାରୀ କରୋନା ଭାରତର ରାଷ୍ଟ୍ରପତି ଭବନ ପରିସରରେ ପ୍ରବେଶ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ଘଟଣା ପରେ ସଂପୃକ୍ତ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ୧୨୫ଟି ଘରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି। ସେହିପରି ମହିଳା ଜଣଙ୍କ ରହୁଥିବା ବ୍ଲକର ୨୫ଟି ଘର ପାଇଁ କଡ଼ା କଟକଣା ଲାଗୁ କରାଯାଇଛି। ଅନ୍ୟମାନେ ଗ୍ରୋସରୀ ପାଇଁ ଯାଇ ପାରିବେ, ହେଲେ ସେମାନଙ୍କୁ ସରକାରଙ୍କ କଡ଼ା କଟକଣା ମାନିବାକୁ ପଡ଼ିବ।

କରୋନାରେ ଆକ୍ରାନ୍ତ କର୍ମଚାରୀ ଜଣଙ୍କ ରାଷ୍ଟ୍ରପତି କୋବିନ୍ଦଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।

ନିକଟରେ ଉକ୍ତ ସଫେଇ କର୍ମଚାରୀଙ୍କ ଝିଅର ଶାଶୂ କରୋନା ମହାମାରୀରେ ଆକ୍ରାନ୍ତଙ୍କ ହୋଇ ପ୍ରାଣ ହରାଇଥିଲେ। ତେଣୁ ସମସ୍ତ ପରିବାର ସଦସ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ତେଣୁ ସେଠାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

 



from Odisha Reporter https://ift.tt/3cx2KP5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages