ମୀରଟ: କରୋନା ଲଢ଼େଇ ମଧ୍ୟରେ ଉତ୍ତର ପ୍ରଦେଶର ଏକ ହସ୍ପିଟାଲ ଅଜବ ନିର୍ଦ୍ଦେଶନାମା ଜାରି କରିଛି। ବିନା କୋଭିଡ-୧୯ ପରୀକ୍ଷାରେ ମୀରଟରେ ଥିବା ଏକ କ୍ୟାନ୍ସର ରୋଗର ହସ୍ପିଟାଲ ମଧ୍ୟକୁ ମୁସଲିମାନେ ପ୍ରବେଶ କରିପାରିବେ ନାହିଁ ବୋଲି କହିଛି।
ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଥାନୀୟ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଇଛନ୍ତି। ବିଜ୍ଞାପନରେ କୁହାଯାଇଛି ଯେ ହସ୍ପିଟାଲରେ ପ୍ରବେଶ କରିବା ପୂର୍ବରୁ ମୁସଲିମ ରୋଗୀ ଏବଂ ସେମାନଙ୍କର ଆଟେଣ୍ଡାଣ୍ଟଙ୍କ କରୋନା ପରୀକ୍ଷା ହେବ। ଯଦି ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ହସ୍ପିଟାଲରେ ପ୍ରବେଶ ପାଇଁ ଅନୁମତି ମିଳିବ।
ଏଭଳି ସାଂପ୍ରଦାୟିକ ବିଜ୍ଞାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯିବାରୁ ପୁଲିସ ଏହାକୁ ଗୁରୁତର ଭାବେ ଗ୍ରହଣ କରି ହସ୍ପିଟାଲ ବିରୋଧରେ ମାମଲା ରୁଜୁ କରିଛି। ଉତ୍ତର ପ୍ରଦେଶରେର ମୋଟ ଜନସଂଖ୍ୟା ମଧ୍ୟରୁ ୨୦% ହେଉଛନ୍ତି ମୁସଲିମ।
ଅନ୍ୟପକ୍ଷରେ କରୋନା ଭାଇରସରେ ଏଯାଏ ରାଜ୍ୟରେ ୯୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ବ୍ୟାପୁଥିବାରୁ ୧୫୦ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ କରାଯାଇଛି। ଏହି ଘରୋଇ ହସ୍ପିଟାଲଟି ଥିବା ମୀରଟରେ ୭୦ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
from Odisha Reporter https://ift.tt/2XQfM6i
No comments:
Post a Comment